ଶୁଣାଣି ବେଳେ ନେକବ୍ୟାଣ୍ଡ ପିନ୍ଧି ନଥିବାରୁ ଓକଲିଙ୍କୁ ହାଇକୋର୍ଟଙ୍କ ଜରିମାନା

1 min read
Odisha High Court Constituted 5 Members Advocate Panel For Dhinkia

କଟକ: ସବୁ ବୃତ୍ତିରେ ନିର୍ଦ୍ଦିଷ୍ଟ ପୋଷାକ ନିୟମ ରହିଛି । ଏମିତି କି ଅନେକଙ୍କ ପୋଷାକରୁ ସେମାନଙ୍କ ବୃତ୍ତି ଜାଣି ହୁଏ । ସେହିଭଳି ଓକିଲ ପିନ୍ଧୁଥିବା ପୋଷାକ ନେଇ ଆଡଭୋକେଟ୍ ଆକ୍ଟ-୧୯୬୧ ସେକ୍ସନ୍ ୪୯ (୧)(ଜିଜି)ରେ ଉଲ୍ଲେଖ ରହିଛି । ଯେଉଁଥିରେ ଆଇନଜୀବୀ ଧଳା ସାର୍ଟ ଉପରେ କଳା କୋର୍ଟ ଓ ଧଳା ନେକ୍ ବ୍ୟାଣ୍ଡ ପିନ୍ଧିବାର ନିୟମ ରହିଛି ।

ଆଉ ଶୁଣାଣି ବେଳେ ନେକବାଣ୍ଡ ପିନ୍ଧି ନଥିବାରୁ ଓଡ଼ିଶା ହାଇକୋର୍ଟ ଜଣେ ଆଇନଜୀବୀଙ୍କୁ ୫୦୦ ଟଙ୍କା ଜରିମାନା କରିଛନ୍ତି । ଭିଡିଓ କନଫରେନ୍ସିଂ ବା ଭର୍ଚୁଆଲ୍ ଶୁଣାଣି ବେଳେ ଆଇନଜୀବୀ ଜଣଙ୍କ ନେକବ୍ୟାଣ୍ଡ ପିନ୍ଧି ନଥିଲେ । ଏହାକୁ ଭିତ୍ତି କରି ଫେବ୍ରୁଆରୀ ୧୫ ତାରିଖରେ କୋର୍ଟ ଆଇନଜୀବୀଙ୍କୁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ବାର୍ ଆସୋସିଏସନର ୱେଲଫେୟାର ଫଣ୍ଡରେ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ରହିଛି ।

Image result for neckband advocate

ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଏସ୍.କେ ପାଣିଗ୍ରାହୀ ଆଇନଜୀବୀଙ୍କୁ ଜରିମାନା କରିଛନ୍ତି । ଓକିଲାତି ବୃତ୍ତି ପ୍ରକୃତି ଅନୁସାରେ ମହାନ୍ ଏବଂ ପୋଷାକ ଦ୍ୱାରା ଏହାର ପ୍ରଚୁରତା ପୂର୍ଣ୍ଣ ହୋଇଥାଏ । ଜଣେ ଓକିଲ ଅନୁସାରେ କୋର୍ଟର ଭର୍ଚୁଆଲ୍ ଶୁଣାଣି ବେଳେ ଧାର୍ଯ୍ୟ ପୋଷାକ ପିନ୍ଧିବା ଉଚିତ୍ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।

ଗତବର୍ଷ ମାର୍ଚ୍ଚରେ କୋଭିଡ୍ ପାଇଁ ଲକଡାଉନ୍ ହେବା ପରେ ହାଇକୋର୍ଟ ଭର୍ଚୁଆଲ୍ ମାଧ୍ୟମରେ ମାମଲାର ଶୁଣାଣି କରୁଛନ୍ତି । ମାର୍ଚ୍ଚ ୨୬ରୁ ସୀମିତ ସଂଖ୍ୟକ ବିଚାରପତି ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ରୋଷ୍ଟର ଅନୁଯାୟୀ ଭର୍ଚୁଆଲ୍ ଶୁଣାଣି କରୁଛନ୍ତି । ଭର୍ଚୁଆଲ୍ ଶୁଣାଣି ବେଳେ ହାଇକୋର୍ଟ ବ୍ଲାକ୍ କୋଟ୍ କିମ୍ବା ଗାଉନକୁ ବାଦ୍ ଦେଇଥିଲେ । ସାଧା ଧଳାସାର୍ଟ କିମ୍ବା ଧଳା ଶାଢି ସହ ସାଧା ଧଳ ନେକବ୍ୟାଣ୍ଡ ପିନ୍ଧିବାକୁ କହିଥିଲେ ।

ସେହିଭଳି ଗତବର୍ଷ ସେପ୍ଟେମ୍ବରରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣି ବେଳେ ବେସିକ୍ ଡେକୋରେମ୍ ମେଣ୍ଟନ ପାଇଁ ରାଜ୍ୟ ବାର୍ କାଉନସିଲ୍ ଓ ହାଇକୋର୍ଟ ବାର୍ ଆସୋସିଏସନକୁ କହିଥିଲେ । ଘର ପରିବର୍ତ୍ତେ ଜଣେ ଓକିଲ କାର ଭିତରେ ରହି ମାମଲାରେ ପକ୍ଷ ରଖିବା ନେଇ ହାଇକୋର୍ଟ ଏଭଳି କହିଥିଲେ ।

Leave a Reply