ସାରଥୀଙ୍କୁ ସାର୍ଟିଫାଏଡ୍ କପି ଆବେଦନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ: ହାଇକୋର୍ଟରେ ସନ୍ତୋଷ କୁମାର ରାଉଳ ଓରଫ ସାରଥୀଙ୍କ ଆୟକର ମାମଲା । ନଭେମ୍ବର ମାସ ୨୨ ତାରିଖ ସୁଦ୍ଧା ଆପ୍ରୋପିଏଟ ଅଥରିଟିଙ୍କ ନିକଟରେ ସାର୍ଟିଫାଏଡ୍ କପି ଆବେଦନ କରିବାକୁ ସାରଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଆୟକର ବିଭାଗ ପକ୍ଷରୁ ତାଙ୍କୁ ଜରିମାନା ଦେବାକୁ ଗତ ଏପ୍ରିଲ ୩୦ ତାରିଖ ଦିନ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ଚ୍ଯାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ହାଇକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିସ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ ମୃଗଙ୍କା ଶେଖର ସାହୁ ମାମଲାର ଶୁଣାଣି କରୁଛନ୍ତି । ଆସନ୍ତା ଡିସେମ୍ବର ୯ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ ।