spot_img

Latest Posts

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ସୁସ୍ଥତା, ୨୪ ଘଣ୍ଟାରେ ୪ ହଜାର ୧୨୧ ଜଣ ସୁସ୍ଥ

ଭୁବନେଶ୍ୱର: ସଂକ୍ରମଣ ସହ ଚାଲିଛି ଲଢ଼େଇ । ଭୂତାଣୁକୁ ମାତ୍ ଦେଉଛି ଓଡ଼ିଶା । ରାଜ୍ୟରେ ଏଯାବତ୍ ୧ ଲକ୍ଷ ୬୨ ହଜାର ୯୨୦ ଜଣ କରୋନାରେ ସଂକ୍ରମିତ ହେଲେଣି । ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ସହ ରାଜ୍ୟରେ ସୁସ୍ଥତା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ୪ ହଜାର ୧୨୧ ଜଣ ସୁସ୍ଥ ହେବା ସହ ନୂଆ ରେକର୍ଡ କରିଛି ଓଡ଼ିଶା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୨ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୪୪୦, ପୁରୀରୁ ୨୭୫, ଯାଜପୁରରୁ ୨୭୨, ନୂଆପଡ଼ାରୁ ୨୬୮, ଅନୁଗୁଳରୁ ୧୮୭, ବରଗଡ଼ ୧୮୧, ଢେଙ୍କାନାଳ ୧୫୦, ମୟୂରଭଞ୍ଜ ୧୨୬, ସୋନପୁର ୧୨୨, କୋରାପୁଟ ୧୧୯, ବାଲେଶ୍ୱର ଓ ବଲାଙ୍ଗିର ୧୦୮, ଗଞ୍ଜାମ ୧୦୩, ଜଗତସିହଂପୁର ୯୭, କେନ୍ଦୁଝର ୮୩, ବୌଦ୍ଧ ୭୬, କେନ୍ଦ୍ରାପଡ଼ା ୭୫, କନ୍ଧମାଳ ୬୯, ଝାରସୁଗୁଡ଼ା ୬୬, ସୁନ୍ଦରଗଡ଼ ୬୪, ଭଦ୍ରକ ୬୨, ରାୟଗଡ଼ା ୬୧, ସମ୍ବଲପୁର ୬୦, ନୟାଗଡ଼ ୫୬, କଳାହାଣ୍ଡି ୫୧, ଗଜପତି ୨୯, ଦେବଗଡ଼ ଓ ନବରଙ୍ଗପୁର ୨୪ ଓ ମାଲକାନଗିରିରୁ ୧୩ ଜଣ ସୁସ୍ଥ ହୋଇଛନ୍ତି ।

୪ ହଜାର ୧୨୧ ଜଣ ସୁସ୍ଥ ହେବା ସହ ରାଜ୍ୟରେ ସୁସ୍ଥତା ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯ରେ ପହଞ୍ଚିଛି । ସେହିଭଳି ବିଏମସି ଅଞ୍ଚଳରୁ ଗତ ୨୪ ଘଣ୍ଟାରେ ୩୬୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୭୬ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୮୬ଟି କେସ୍ ସ୍ଥାନୀୟ ସଂକ୍ରମଣ । ଅନ୍ୟପଟେ ବିଏମସିରୁ ଗତ ୨୪ ଘଣ୍ଟାରେ ୪୦୬ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି । ବିଏମସି ଅଞ୍ଚଳରେ ଏଯାବତ୍ ୧୭ ହଜାର ୨୯୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିରୁ ୬୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ହଜାର ୬୯୪ ଜଣ ସୁସ୍ଥ ହୋଇ ସାରିଲେଣି । ଏବେ ୪ ହଜାର ୫୨୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Latest Posts

Don't Miss