ଆର୍ଥିକ ପରିଚାଳନାରେ ସାରା ଦେଶ ପାଇଁ ଉଦାହରଣ ପାଲଟିଛି ଓଡ଼ିଶା

1 min read

ଭୁବନେଶ୍ୱର : ପୁଣି ରୋଲ୍‌ ମଡେଲ୍‌ ହେଲା ଓଡ଼ିଶା । ଆର୍ଥିକ ପରିଚାଳନାରେ ସାରା ଦେଶ ପାଇଁ ଉଦାହରଣ ପାଲଟିଛି ରାଜ୍ୟ । ନୂଆ ଓଡ଼ିଶା, ରୂପାନ୍ତରିତ ଓଡ଼ିଶା, ନବୀନ ଓଡ଼ିଶାର ଆଉ ଏକ ସଫଳତା ସାମ୍ନାକୁ ଆସିଛି । ସାରା ଦେଶରେ ରାଜସ୍ବ ବଳକା ଭାବେ ଏକ ନମ୍ବର ହୋଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶିତା ଓ ଫାଇଭ୍‌ ଟି ସଂସ୍କାରର ଫଳସ୍ବରୂପ ଏହା ସମ୍ଭବ ହୋଇପାରିଛି । ୨୦୨୧-୨୨ ଆର୍ଥିକ ବର୍ଷକୁ ନେଇ ପ୍ରସ୍ତୁତ ହୋଇଥିବା ରିପୋର୍ଟରେ ଓଡ଼ିଶା ୧ ନମ୍ବର ରାଜ୍ୟ ଭାବେ ୪୩ ହଜାର ୪୭୧ କୋଟି ଟଙ୍କାର ରାଜସ୍ବ ବଳକା ପାଇଛି । ମହାରାଷ୍ଟ୍ର, ତାମିଲନାଡୁ, ରାଜସ୍ଥାନ, କର୍ଣ୍ଣାଟକ, ପଞ୍ଜାବ, ହରିୟାଣା, ଆସାମା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟକୁ ପଛରେ ପକାଇଛି ଓଡ଼ିଶା । ଏହି ସବୁ ରାଜ୍ୟ ରାଜସ୍ବ ନିଅଣ୍ଟରେ ଚାଲୁଛନ୍ତି । ରାଜସ୍ବ ବଳକାରେ ଓଡ଼ିଶା ପଛକୁ ବିଜେପି ଶାସିତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜରାଟ ଓ କଂଗ୍ରେସ ଶାସିତ ଝାଡଖଣ୍ଡ, ଛତିଶଗଡ଼ ଅଛନ୍ତି ।  Odisha's Economy Rebounds At 10.1% Growth In 2021-22: Economic Survey |  Odisha

ରାଜ୍ୟର ଆର୍ଥିକ ପରିଚାଳନାକୁ କେନ୍ଦ୍ର ସରକାର ଓ ନୀତି ଆୟୋଗ ଲଗାତର ଭାବେ ପ୍ରଶଂସା କରି ଆସୁଛନ୍ତି । ଓଡ଼ିଶା ଏବେ ଦେଶର ଆର୍ଥିକ ଶକ୍ତି ଭାବେ ଉଭା ହୋଇଛି । ରାଜ୍ୟ ସରକାର ନିଜସ୍ବ ସମ୍ବଳରେ ଅନେକ କିଛି ଜନ ହିତକର ଯୋଜନା କରିବାରେ ସକ୍ଷମ ହୋଇପାରୁଛନ୍ତି । ରାଜ୍ୟର ରୂପାନ୍ତରଣରେ ଏହାର ରହିଛି ବଳିଷ୍ଠ ଯୋଗଦାନ । ସାଂସ୍କୃତିକ ପ୍ରାଣକେନ୍ଦ୍ର, ସ୍କୁଲ୍‌, ପାନୀୟ ଜଳ, ଜଳସେଚନ, ଚାଷୀ, ମିଶନ ଶକ୍ତି, ସ୍ବାସ୍ଥ୍ୟସେବା, ଗ୍ରାମାଞ୍ଚଳ ବିକାଶ ଇତ୍ୟାଦିରେ ବ୍ୟାପକ ଉନ୍ନତି ଆସିପାରିଛି  । ଏଥିସହ ପ୍ରାୟ କେନ୍ଦ୍ରୀୟ ସ୍କିମ୍‌ରେ ନିଜ ଭାଗ ଅର୍ଥ ବାଦ୍‌ ଜମି ଓ ପ୍ରଶାସନିକ ଖର୍ଚ୍ଚ ବାବଦରେ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର ।