spot_img

Latest Posts

ବିରୂପା ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ସେତୁ, ଦୂର ହେବ ଗମନାଗମନ ସମସ୍ୟା

ସାଲେପୁର: ଦୀର୍ଘ ଦିନର ସମସ୍ୟା ହେବ ଦୂର। ଗମନାଗମନ ସୁବିଧା ପାଇଁ ରାସ୍ତା ଏବଂ ସେତୁ ନିର୍ମାଣ ଉପରେ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। କଟକ ସାଲେପୁର ନରଦା ଠାରେ ବିରୂପା ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ସେତୁ। ସାଲେପୁର ଓ ଟାଙ୍ଗୀକୁ ଏହା ସଂଯୋଗ କରିବ । ୩୦ କୋଟି ୧୨ ଲକ୍ଷ ୧୪ ହଜାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଯାଉଛି ସେତୁ। ଯେଉଁଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କୃତଜ୍ଞତା ଜଣାଇଛନ୍ତି ଅଞ୍ଚଳବାସୀ।

ଏହି ବ୍ରିଜ୍ ସ୍ଥାପନ ଦ୍ଵାରା ଗମନା ଗମନ ସୁବିଧା ହେବା ସହ ଚାଷୀ ମାନେ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ ପାଇଁ ସହଜରେ ଯାତାୟତ କରିପାରିବେ। ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ହୋଇପାରିବ। ସେତୁ ନଥିବା ଯୋଗୁ ବହୁ ସମସ୍ୟା ସୃଷ୍ଟି ହେଉଥିଲା। ଏଥିପାଇଁ ବାରମ୍ବାର ସରକାରଙ୍କୁ ଦାବି କରିଆସିଥିଲେ ସ୍ଥାନୀୟ ବାସିନ୍ଦା। ଶେଷରେ ଲୋକଙ୍କର ସମସ୍ୟା ଦୂର ହେବାକୁ ଯାଉଛି।

Latest Posts

Don't Miss