ଏଣିକି ଘରୁ କାମ କରିବେ ସରକାରୀ କର୍ମଚାରୀ

1 min read

ଭୁବନେଶ୍ୱର: ଘରୋଇ ସଂସ୍ଥାଙ୍କ ପରେ ଏବେ ରାଜ୍ୟ ସରକାର ଆପଣାଇଲେ ‘ଓ୍ୱାର୍କ ଫର୍ମ ହୋମ୍’ ବ୍ୟବସ୍ଥା । ଏଣିକି ଲକ୍‌ଡାଉନ୍ ସମୟରେ ସରକାରଙ୍କ ବିଭିନ୍ନ ବିଭାଗ ସାଧାରଣତଃ ଓ୍ୱାର୍କ ଫର୍ମ ହୋମ୍ ବ୍ୟବସ୍ଥା ଅନୁଯାୟୀ କାମ କରିବେ । ଏନେଇ ସାଧାରଣ ପ୍ରଶାସନ ଏବଂ ପବ୍ଲିକ୍ ଗ୍ରିଭେନ୍ସ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଧିକାରୀମାନେ କାମ କରିବା ପାଇଁ VPN ବ୍ୟବସ୍ଥାର ସୁବିଧା ନେବେ  ।

VPN: A Key to Securing an Online Work Environment - Security Boulevard

କିନ୍ତୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜର ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାମ କରିବେ । ଅଥବା ଏନେଇ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯିବ । ଏଥିସହିତ ଡିପାର୍ଟମେଣ୍ଟର କଣ୍ଟ୍ରୋଲ ରୁମଗୁଡ଼ିକ ମଧ୍ୟ ପୂର୍ବ ଭଳି କାମ କରିବ । ରାଜ୍ୟ ସରକାରଙ୍କ ଆଇଟି ସେଣ୍ଟର ପକ୍ଷରୁ ଓଏସଡବ୍ଳ୍ୟୁଏସ୍, ଆଇଟି ଓ ଟେଲିକମ୍ ସେବା ବିଭାଗକୁ ୨୪x୭ ସର୍ଭିସ ଯୋଗାଇ ଦେବେ । ଯାହା ଫଳରେ ଏହି ବିଭାଗ ଗୁଡ଼ିକ ବିନା କୌଣସି ପ୍ରତିବନ୍ଧକରେ କାମ କରିପାରିବେ ।

New Survey Shows 47% Increase In Productivity: 3 Things You Must ...

ତେବେ ଆବଶ୍ୟକ ସ୍ଥଳେ ଅଫିସରେ ଯୋଗଦେବା ପାଇଁ ସମସ୍ତ କର୍ମଚାରୀ ହେର୍ଡକ୍ୱାର୍ଟରମାନଙ୍କରେ ଉପସ୍ଥିତ ରହିବେ । ଏଥିଲାଗି ଫୋନ୍ ମାଧ୍ୟମରେ ସମ୍ପର୍କରେ  ରହିବେ । ଏଥିସହିତ କିଛି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ କିଛି ସଂଖ୍ୟାରେ କର୍ମଚାରୀ ବ୍ୟକ୍ତିଗତଭାବେ ଅଫିସ୍‌ରେ ଉପସ୍ଥିତ ହୋଇପାରନ୍ତି । ଏହି ଲକ୍‌ଡାଉନ୍ ସମୟରେ କୌଣସି ପ୍ରକାର ସିଧାସଳଖ ମିଟିଂ ହେବନାହିଁ, ଆବଶ୍ୟକସ୍ଥଳେ ଭର୍ଚୁଆଲ୍ ମିଟିଂ ହୋଇପାରିବ । ସମସ୍ତ ସରକାରୀ କର୍ମଚାରୀ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ପରାମର୍ଶକୁ ମାନିବା ଆବଶ୍ୟକ ଯାହାଫଳରେ କରୋନା ଭାଇରସ୍‌ ସଂକ୍ରମଣକୁ ରୋକି ହେବ ।

Leave a Reply