spot_img

Latest Posts

ମାଣ୍ଡିଆରୁ ତିଆରି ହେବ ମଦ, ମହୁଲିରେ ମିଶିବ ଫ୍ଲେବର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ । ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ ସରକାର । 2025-26 ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏନେଇ ରାଜ୍ୟ ଶିଳ୍ପ ବିଭାଗ ସହ ଆଲୋଚନା କରାଯିବ । ମାଣ୍ଡିଆ, ଯଅ, ବାଜ୍ରା ଭଳି ଖାଦ୍ୟ ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଅବକାରୀ ବିଭାଗର ଆଲୋଚନା ହୋଇଛି । ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ୱ ସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏହା ଦ୍ୱାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ଓଡିଶାରେ ତିଆରି ମଦର ରପ୍ତାନି ବଢିବ। ଯେଉଁ କମ୍ପାନୀ ମହୁଲ, ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବେ ତାଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ସେହିପରି ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା କିପରି ଓଡିଶା ରେ ପ୍ରତିଷ୍ଠା ହେଇ ପାରିବ ସେ ଦିଗରେ ବୈଠକରେ ଆଲୋଚନା ହୋଇଛି  । ସେହିପରି ଅପମିଶ୍ରିତ ମଦ କିଭଳି ବନ୍ଦ ହେବ ଆଉ ଏଥିପାଇଁ ପଲିସିରେ କଣ ପରିବର୍ତନ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ନେଇ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଅବକାରୀ କମିଶନର ଓ ବହୁ ଷ୍ଟେକ ହୋଲଡର ଉପସ୍ଥିତି ଥିଲେ ।

 

Latest Posts

Don't Miss