spot_img

Latest Posts

ଅମାନିଆ ସାପ ଧରାଳିଙ୍କ ଉପରେ ଲାଗିବ ରୋକ୍, ଆସିଲା ଗାଇଡ଼ଲାଇନ୍

ଭୁବନେଶ୍ୱର: ଅମାନିଆ ସାପ ଧରାଳିଙ୍କ ଉପରେ ଲାଗିବ ରୋକ୍। ଏଣିକି ଯେ କେହି ଚାହିଁଲେ ସାପ ଧରିପାରିବେ ନାହିଁ। କେବଳ ବନ ବିଭାଗ ଓ ଓସଡମା ତରଫରୁ ସ୍ବୀକୃତିପ୍ରାପ୍ତ ସାପ ଧରାଳି ହିଁ ସାପ ଧରିପାରିବେ। ଏଥିପାଇଁ ବନ ବିଭାଗ ସ୍ବତନ୍ତ୍ର ଭାବେ ସାପ ଧରାଳି ଚୟନ କରିବ। ଏନେଇ ମିଳିତ ଗାଇଡଲାଇନ ଜାରି କରିଛନ୍ତି ବନ ବିଭାଗ ଓ ଓସଡମା। ଗାଇଡଲାଇନ ଅନୁସାରେ ସାପଧରାଳିଙ୍କୁ ସରକାରଙ୍କ ତରଫରୁ କୌଣସି ପାରିଶ୍ରମିକ ଦିଆଯିବ ନାହିଁ।

କେବଳ ସ୍ବେଚ୍ଛାକୃତ ଭାବେ ସେମାନେ ଏହି କାର୍ଯ୍ୟ କରିବେ। ମାତ୍ର ସେମାନଙ୍କୁ ଗ୍ରୁପ୍ ଇନସ୍ୟୁରାନ୍ସ ପ୍ରଦାନ କରାଯିବ। ଯେଉଁମାନେ ସାପ ଧରିବାକୁ ଇଚ୍ଛା ପ୍ରକାଶ କରିବେ ସେମାନେ ବନ ବିଭାଗ ନିକଟରେ ଆବେଦନ କରିବେ। ନିଶାଦ୍ରବ୍ୟ ସେବନ କରୁନଥିବା ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ୬୫ ବର୍ଷରୁ କମ ବୟସର ଲୋକଙ୍କୁ ଏଥିପାଇଁ ଚୟନ କରାଯିବ।

ସେମାନଙ୍କୁ ଦୁଇଦିନିଆ ତାଲିମ ଦିଆଯାଇ ସାପ ଧରିବାକୁ ସ୍ବୀକୃତି ପ୍ରଦାନ କରାଯିବ। ସ୍ବୀକୃତି ଅବଧି ୫ବର୍ଷ ରହିଥିବାବେଳେ ବିଶୃଙ୍ଖଳିତ ଆଚରଣ କଲେ ଅନୁମତି ପତ୍ର ପ୍ରତ୍ୟାହାର କରାଯିବ।

Latest Posts

Don't Miss