ଦୁର୍ନୀତି ମାମଲାରେ ଦଣ୍ଡବିଧାନ, ଜାତୀୟ ହାରଠୁ ଆଗରେ ଓଡ଼ିଶା

1 min read
Odisha Govt Is At forefront Of Fight Against Corruption

ଭୁବନେଶ୍ୱର: ଆକ୍ସନ ମୋଡରେ ରାଜ୍ୟ ସରକାର । ଫୋକସରେ ସ୍ୱଚ୍ଛତା । ଦୁର୍ନୀତି ନିବାରଣ ମାମଲାରେ ଦେଶରେ ଦଣ୍ଡବିଧାନ ହାର ୪୪.୩ ପ୍ରତିଶତରେ ସୀମିତ ଥିବା ବେଳେ ଓଡ଼ିଶାରେ ଏହାର ହାର ୪୮.୬ ପ୍ରତିଶତ ରହିଛି । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Odisha Govt Is At forefront Of Fight Against Corruption

ହୁସିଆର ରାଜ୍ୟରେ ବୁଲୁଛି 5T ଖଣ୍ଡା । ସଚୋଟ୍ଟତାକୁ ନବୀନ ସରକାରଙ୍କ ଗୁରୁତ୍ୱ । ଲାଞ୍ଚଖୋରଙ୍କ ବିରୋଧରେ ଷ୍ଟ୍ରଙ୍ଗ ଆକ୍ସନ । ଦୁର୍ନୀତି କମୁଛି, ଦଣ୍ଡବିଧାନ ବଢୁଛି । 5T  ଓ ମୋ ସରକାର ଆରମ୍ଭ ପରେ ଦୁର୍ନୀତିଖୋରଙ୍କୁ ବାଜିଛି ସରକାରଙ୍କ ଛାଟ୍ । କାହାକୁ ବାଧ୍ୟତାମୂଳକ ଅବସର ତ ଆଉ କାହାକୁ ନିଲମ୍ବନ । ଅନ୍ୟ ରାଜ୍ୟ ତୁଳନାରେ ଦୁର୍ନୀତି ବିରୋଧରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଅନ୍ୟ ରାଜ୍ୟଠାରୁ ଆଗରେ । ଜାତୀୟ ସ୍ତରରେ ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ୪୪.୩ ପ୍ରତିଶତରେ ସୀମିତ ଥିବା ବେଳେ ଅନ୍ୟ ରାଜ୍ୟକୁ ପଛରେ ପକାଇ ଓଡ଼ିଶାରେ ଦଣ୍ଡବିଧାନ ହାର ୪୮.୬ ପ୍ରତିଶତ ରହିଛି । ଆସାମ, ବିହାର, ଗୁଜରାଟ, ହିମାଚଳ ପ୍ରଦେଶ, ଜମ୍ମୁକାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ରାଜ୍ୟ ତୁଳନାରେ ଦୁର୍ନୀତି ନିବାରଣ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ଅଧିକ ।

Odisha Govt Is At forefront Of Fight Against Corruption

୨୦୦୦ ମସିହାରୁ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍ସ ନୀତି ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୈତିକତା ଓ ସଚୋଟ୍ଟତାର ନିକିତିରେ ଯିଏ ଉଲମ ବିଲମ କରିଛି ତା ବିରୋଧରେ ହୋଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ନିଜ ଦଳର ବିଧାୟକ ହୁଅନ୍ତୁ ବା ତାଙ୍କ ସମ୍ପର୍କୀୟ ଅତିରିକ୍ତ ପିସିସିଏଫ ସଭିଙ୍କୁ ବାଜିଛି ଏହି ଛାଟ । ୨୦୧୯ ଅଗଷ୍ଟରୁ ଚଳିତ ଅଗଷ୍ଟ ମଧ୍ୟରେ ୬୦ ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଛି । ୧୭ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ୨୨ ଜଣ ଅଫିସରଙ୍କ ଅବସର କାଳୀନ ପେନସନ ବନ୍ଦ କରାଯାଇଛି ।

Odisha Govt Is At forefront Of Fight Against Corruption

ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରିଥିଲେ ସରକାର । ସେହିପରି ଚିଲିକା ଡିଏଫଓ ଓ ରାଜସ୍ୱ ବିଭାଗ ଅତିରିକ୍ତ ସଚିବଙ୍କୁ ଗିରଫ କରିଛି ଭିଜିଲାନ୍ସ । ବହିଷ୍କୃତଙ୍କ ମଧ୍ୟରେ ଅଛନ୍ତି ୫ରୁ ଅଧିକ ଇଞ୍ଜିନିୟର, ପ୍ରଧାନଶିକ୍ଷକ, ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ । ପୂର୍ବରୁ କୋମନା ବିଡିଓ ଓ ଲୋଇସିଂହା ତହସିଲଦାରଙ୍କୁ ମଧ୍ୟ ଗିରଫ କରି ସ୍ୱଚ୍ଛ ଶାସନର ପ୍ରମାଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୨୦ ବର୍ଷର ସରକାର ମଧ୍ୟରେ ଉତ୍ତମ ଓ ସ୍ଵଛ ଶାସନକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବା ସହ 5Tକୁ ଅକ୍ଷରେ ଅକ୍ଷରେ ପାଳନ କରିବାର ନିର୍ଦ୍ଦେଶ ଏବେ ଧୀରେ ଧୀରେ ସଫଳ ହେଉଥିବା ଦେଖାଯାଇଛି ।

 

Leave a Reply