ଟିକାକରଣ ପାଇଁ କମିଟି ଗଠନ , ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ

1 min read

ଭୁବନେଶ୍ୱର: ଟିକାକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ । ୧୮ରୁ ୪୪ବର୍ଷ ବୟସ୍କଙ୍କୁ ଟିକାକରଣ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର । ଟିକା ପ୍ରଦାନ ପାଇଁ ୧୨ଜଣିଆ ପରାମର୍ଶଦାତା କମିଟି ଗଠନ କରିଛନ୍ତି ସରକାର । ଡାକ୍ତର ଶ୍ରୀନାଥ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ପରାମର୍ଶଦାତା କମିଟି ଗଠିତ ହୋଇଥିବାବେଳେ ଏହି କମିଟିରେ ଡାକ୍ତର ସିବିକେ ମହାନ୍ତି ରହିଛନ୍ତି ।

ସେହିପରି କୋଭିଡରେ କିପରି ଶିଶୁ ସୁରକ୍ଷା ହୋଇପାରିବ ସେନେଇ ମଧ୍ୟ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି । ଏହି କମିଟିରେ ୮ ଜଣ ସଦସ୍ୟ ରହିଛନ୍ତି । DMETଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ ବଢୁଥିବାରୁ ତର୍ଜମା କରିବ କମିଟି । କରୋନା ମୁକାବିଲା ନେଇ ପରାମର୍ଶ ଦେବ ଗଠିତ ହୋଇଥିବା ଏହି ନୂତନ କମିଟି । ସେହିପରି ଆବଶ୍ୟକୀୟ ଭିତ୍ତିଭୂମୀ ସମ୍ପର୍କରେ ମଧ୍ୟ କମିଟି ପରାମର୍ଶ ଦେବ  ।

କୋଭିଡର ଦ୍ୱିତୀୟ ଲହରରେ ଯୁବ ଗୋଷ୍ଠୀ ଆକ୍ରାନ୍ତ ହେଉଥିବାବେଳେ ତୃତୀୟ ଲହରୀରେ ଶିଶୁ ଆକ୍ରାନ୍ତ ହେବା ନେଇ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି  । ରାଜ୍ୟରେ ଶିଶୁଙ୍କ ଉପରେ ଯେପରି ତୃତୀୟ ଲହରୀରେ କୌଣସି ପ୍ରଭାବ ନପଡେ, ସେନେଇ ସରକାର ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି  । ଏହି କମିଟି ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି ତଦାରଖ କରିବା ସହ ଆବଶ୍ୟକୀୟ ବ୍ୟବସ୍ଥା ପାଇଁ ମଧ୍ୟ ସରକାରଙ୍କୁ ରିପୋରିଟ କରିବେ  ।

Leave a Reply