spot_img

Latest Posts

ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ନନ୍ଦିଘୋଷ ବ୍ୟୁରୋ: ଓଡିଆ ସେନା ଆଶାୟୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆ ରିଜର୍ଭ ବାଟାଲିଅନରେ ଭର୍ତ୍ତି ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ୬୬୩ ପଦବୀକୁ ମଞ୍ଜୁରୀ ମିଳିଛି । ୩ଟି ଇଣ୍ଡିଆ ରିଜର୍ଭ ବାଟାଲିଅନ ପାଇଁ ୬୬୩ଟି ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ପ୍ରତ୍ୟେକ ବାଟାଲିଅନ ପାଇଁ ୨୨୧ଟି ପଦବୀ ସୃଷ୍ଟି କରାଯାଇଛି । ଆହୁରି ୧୩୨ଟି ପଦବୀ ଆଉଟ୍‌ ସୋର୍‌ସିଂ ଜରିଆରେ ମଧ୍ୟ ପୂରଣ ହେବା ନେଇ ସୂଚନା  ।

ଏହି ନୂତନ ପଦବୀ ଗୁଡିକ ହେଲା ଡେପୁଟି କମାଣ୍ଡାଣ୍ଟ-୧, ହାବିଲଦାର ମେଜର-୧୮, ହାବିଲଦାର-୨୩, କନେଷ୍ଟବଳ-୧୫୪, ଇନିସ୍‌ପେକ୍ଟର (WT)-୧, ସବ୍‌ଇନିସ୍‌ପେକ୍ଟର (WT)-୨, ହାବିଲଦାର (WT)-୪, କନେଷ୍ଟବଳ(WT)-୧୩, ହେଡକ୍ଲର୍କ-୧, ମେଡିକାଲ ଅଫିସର-୧, ଫାର୍ମାସିଷ୍ଟ-୨ ଓ ଷ୍ଟାଫ ନର୍ସ-୧ । ସେହିପରି ପ୍ରତ୍ୟେକ ବାଟାଲିଅନରେ ୨୨୧ ଜଣ କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେବେ।

ଏହାସହିତ ପ୍ରତ୍ୟେକ ବାଟାଲିଅନରେ ବିଭିନ୍ନ ସହାୟକ କାର୍ଯ୍ୟ ପାଇଁ ୪୪ଟି ପଦବୀ ସୃଷ୍ଟି କରାଯାଇଛି, ଯାହାକି ଆଉଟ ସୋର୍‌ସିଂ ଜରିଆରେ ପୂରଣ କରାଯିବ। ୩ଟି ବାଟାଲିଅନ ପାଇଁ ୧୩୨ଟି ଆଉଟ ସୋର୍‌ସିଂ ପଦବୀ ସୃଷ୍ଟି କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳଯ ପକ୍ଷରୁ ସୂଚନା ଦିଆଯାଇଛି  ।

Latest Posts

Don't Miss