spot_img

Latest Posts

ଅନଲକମୁହାଁ ଓଡିଶା..୫ ହଜାର ତଳକୁ ରହିଛି ଦୈନିକ ସଂକ୍ରମଣ

କମୁଛି ସଂକ୍ରମଣ, ଅନଲକମୁହାଁ ଓଡିଶା । ରଜ ପରେ କୋହଳ ହେବ କଟକଣା । ଧୀରେ ଧୀରେ ଅନଲକ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର । ରାଜ୍ୟର ୨୬ ଜିଲ୍ଲାରେ କରୋନାଗ୍ରାଫ ତଳମୁହାଁ ହୋଇଥିବା ବେଳେ, ଏସବୁ ଜିଲ୍ଲାରେ କଟକଣା କୋହଳ କରାଯିବ । କେଉଁ ଆଧାରରେ ଜୁନ ୧୭ ପରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବ ସେନେଇ ସ୍ବାସ୍ଥ୍ୟ ବିଭାଗ ବିଚାର ବିମର୍ଶ କରୁଛି । ୩ଟି ଜୋନରେ ସବୁ ଜିଲ୍ଲାକୁ ଭାଗ କରାଯାଇଛି । ୫ ପ୍ରତିଶତ ତଳେ ସଂକ୍ରମଣ ଥିବା ଜିଲ୍ଲା ଗୁଡିକରେ କଟକଣା କୋହଳ ହେବ । ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ଜିଲ୍ଲା ଗୁଡିକରେ କଟକଣା ଜାରି ରହିବ । ଖୋର୍ଦ୍ଧା, କଟକ, ଅନୁଗୁଳ, ଯାଜପୁରରେ ସଂକ୍ରମଣ ଏବେ ବି ଅଧିକ ରହିଛି । ଆଗକୁ ଏହି ୪ଜିଲ୍ଲାରେ କରୋନା ଚେନ୍ ଭାଙ୍ଗିବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ଟେଷ୍ଟିଂ ସହ ଟିକାକରଣକୁ ତ୍ବରାନ୍ବିତ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ରାଜ୍ୟରେ ପଜିଟିଭି ହାର କମୁଥିବା ବେଳେ ଜୁନ ୧୭ ବେଳକୁ ଏହା ୫ପ୍ରତିଶତ ତଳକୁ ଖସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଆକଳନ କରିଛନ୍ତି ।ଅନଲକ୍‌ ପାଇଁ ସରକାର ସବୁ ଦିଗରେ ବିଚାର କରୁଛନ୍ତି। ମାତ୍ର ଲୋକମାନେ ଯଦି ଏହାକୁ ଠିକ୍ ଭାବେ ବ୍ୟବହାର ନ କରିବେ, ତାହାର ବିପରୀତ ପ୍ରଭାବ ପଡ଼ିପାରେ। ସବୁ ଜିଲ୍ଲାକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇ ସ୍ଥିତି ଉପରେ ନଜର ରଖାଯାଉଛି।

Latest Posts

Don't Miss