କରୋନା ବିରୋଧୀ ଲଢ଼େଇରେ ବରିଷ୍ଠ ଅଧିକାରୀଙ୍କୁ ବଡ଼ ଦାୟିତ୍ୱ
1 min readଭୁବନେଶ୍ୱର: ରାଜ୍ୟରେ କରୋନା ଯୁଦ୍ଧ ଲଢିବା ପାଇଁ ୧୧ ବରିଷ୍ଠ ଆଇଏଏସ୍ଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ । ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କୁ କୋଭିଡ ହସପିଟାଲ ସ୍ଥାପନ ଦାୟିତ୍ୱ । ସୌରଭ ଗର୍ଗଙ୍କୁ ମଧ୍ୟ କୋଭିଡ ହସପିଟାଲ ସ୍ଥାପନ ଦାୟିତ୍ୱ । ସୌରଭ ଗର୍ଗ କୃଷି ବିଭାଗର ପ୍ରମୁଖ ସଚିବ । ପି କେ ମହାପାତ୍ରଙ୍କୁ ସାମାଜିକ ଦୂରତା ନିୟମ ଦାୟିତ୍ୱ । ଗୃହ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରାଙ୍କୁ ଅନ୍ୟ ରାଜ୍ୟରେ ଥିବା ଓଡ଼ିଆଙ୍କ କଲ୍ୟାଣ ଦାୟିତ୍ୱ । ଶ୍ରମ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କୁ କୋଭିଡ-୧୯ ପ୍ରଶିକ୍ଷଣ ଦାୟିତ୍ୱ । ପୂର୍ତ୍ତ ବିଭାଗ ସଚିବ କିଷାନ କୁମାରଙ୍କୁ ବାହାର ରାଜ୍ୟରୁ ଫେରୁଥିବା ଲୋକଙ୍କ ପଞ୍ଜୀକରଣ ଦାୟିତ୍ୱ । । ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନ ଦାୟିତ୍ୱ । ସୁରେନ୍ଦ୍ର କୁମାର ଜଳ ସମ୍ପଦ ପ୍ରମୁଖ ସଚିବ । ହେମନ୍ତ ଶର୍ମାଙ୍କୁ ସ୍ୱାସ୍ଥ୍ୟ ଉପକରଣ ସଂଗ୍ରହ ଦାୟିତ୍ୱ । ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା । ବିଶାଳ ଦେବ ହେଲେ ମୁଖ୍ୟଶାସନ ସଚିବଙ୍କ OSD । ବିଶାଳ ଦେବ କ୍ରୀଡା ଓ ପର୍ଯ୍ୟଟନ ବିଭାଗର ସଚିବ । ସଚିନ ଆର ଯାଦଭଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବଙ୍କ OSD ଦାୟିତ୍ୱ । ସଚିନ ଯାଦଭ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ । ଆର ଭିନିଲ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ OSD ଦାୟିତ୍ୱ । ଆର ଭିନିଲ କ୍ରୀଷ୍ଣା କ୍ରୀଡା ବିଭାଗର ନିର୍ଦ୍ଦେଶକ । ଅରବିନ୍ଦ ଅଗ୍ରଓ୍ୱାଲ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ଯୋଡ଼ି ହେଲେ । ଅରବିନ୍ଦ ଅଗ୍ରଓ୍ୱାଲ ସାମାଜିକ କଲ୍ୟାଣ ବିଭାଗ ନିର୍ଦ୍ଦେଶକ । ବି ଏସ୍ ପୁନିଆ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ । ବିଏସ୍ ପୁନିଆ ହେଉଛନ୍ତି SPD, OSEPA । 2017 ବ୍ୟାଚର 3 ଆଇଏଏସ୍ ଅଫିସର ସ୍ୱାସ୍ଥ୍ୟ ବିଭାଗ ସହ ଜଡିତ । ସୋମେଶ ଉପାଧ୍ୟାୟ, ପି ଅନଭେସ୍ ରେଡ୍ଡୀ ଓ ହେମକାନ୍ତ ସଏ । 3 ଆଇପିଏସ୍ ମଧ୍ୟ ଜଡିତ ହେଲେ ସ୍ୱାସ୍ଥ୍ୟ ବିଭାଗ ସହ ଘନଶ୍ୟାମ ଉପାଧ୍ୟାୟ, ଜେ ଏନ୍ ପଙ୍କଜ ଓ ଅନିରୁଦ୍ଧ ସିଂ ଘନଶ୍ୟାମ ଉପାଧ୍ୟାୟ ଆଇଜି EOW । ଜେ ଏନ୍ ପଙ୍କଜ DIG କ୍ରାଇମବ୍ରାଞ୍ଚ ଏବଂ STF । ଅନିରୁଦ୍ଧ କୁମାର ସିଂ DIG SIW । ଅମିତାଭ ଠାକୁର, ସଞ୍ଜିବ ପଣ୍ଡା, ସାର୍ଥକ ଷଡଙ୍ଗୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ । IFS ଜି ରେଘୁ, IAS ଦିଭାକର ଟି ଏସ୍ ଓ ଆଶିଷ ପାଟିଲଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ।