spot_img

Latest Posts

ପଦାରେ ପଡିଲା ସତ, ସରକାର ନୁହଁ ବ୍ୟବସାୟୀ ସଂଘ ମଗାଇଛି ଆଳୁ

ଭୁବନେଶ୍ବର: ପଦାରେ ପଡିଲା ସରକାରଙ୍କ ଅପାରଗତା । ମିଛ କହି ବାଃ ବାଃ ସାଉଁଟିବାକୁ ଚେଷ୍ଟା କରୁଥିବା ସରକାରଙ୍କ ଉଦ୍ଦେଶ୍ୟର ଫସିର ଫାଟିଗଲା । ଉତ୍ତରପ୍ରଦେଶରୁ ଆସିଲା ଆଳୁ ହେଲେ ରାଜ୍ୟ ସରକାର ନୁହଁ ବ୍ୟବସାୟୀ ସଂଘ ଆଳୁ ମଗାଇଥିବା ସୂଚନା ମିଳିଛି। ଆଳୁର ଅଭାବ ଯୋଗୁ ଦର ବୃଦ୍ଧି ଘଟୁଥିବାବେଳେ ସରକାର ଉତ୍ତରପ୍ରଦେଶରୁ ୩୦୦ ଆଳୁ ଗାଡ଼ି ମଗାଯାଇଥିବା ରବିବାର କହିଥିଲେ। ସୋମବାର ଆଳୁ ଗାଡ଼ି ଓଡ଼ିଶାରେ ପହଞ୍ଚିବ ବୋଲି ମଧ୍ୟ ସୂଚନା ଦେଇଥିଲେ। ଏହାକୁ ନେଇ ଆପତ୍ତି ଉଠାଇଛି ବ୍ୟବସାୟୀ ସଂଘ। ସଂଘ ପକ୍ଷରୁ କୁହାଯାଇଛି ଯେ, ବ୍ୟବସାୟୀ ସଂଘ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରୁ ଆଳୁ ମଗାଇଛି। କିଛି ଆଳୁ ଗାଡ଼ି ଉତ୍ତରପ୍ରଦେଶରୁ ଆସି ସୋମବାର ପହଞ୍ଚିଛି। ଉତ୍ତରପ୍ରଦେଶରୁ ଆହୁରି ୭୦ ଆଳୁ ଗାଡ଼ି ଏବଂ ପଶ୍ଚିମବଙ୍ଗରୁ ୩୦ ଗାଡ଼ି ଆସି ଖୁବଶୀଘ୍ର ପହଞ୍ଚିବ।  ରାଜ୍ୟ ବ୍ୟବସାୟୀ ସଂଘ ନିଜେ ଆଳୁ ଅଭାବକୁ ଦେଖି ଉତ୍ତରପ୍ରଦେଶରୁ ଆଳୁ ମଗାଇଛି।

ରାଜ୍ୟ ସରକାର କୁହନ୍ତୁ କେଉଁଠି ଅଛି ସରକାର ମଗାଇଥିବା ଗାଡି ? ବୋଲି ପ୍ରଶ୍ନ କରିଛି ସଂଘ। ଆଳୁର ଅଭାବୀ ବିକ୍ରିକୁ ଦେଖି ବ୍ୟବସାୟୀ ସଂଘ ୩ ରୁ ୪ ଦିନ ତଳେ କିଛି ଆଳୁ ୟୁପି ରୁ ମାଗାଇଥିଲା। ୭୦ ଗାଡ଼ି ଆଜି ସୁଦ୍ଧା ଆସିବ। ଏହାସହ ପଶ୍ଚିମବଙ୍ଗରୁ ୩୦ ଗାଡ଼ି ଆସିବ। ମହାସଚିବ କହିଛନ୍ତି- ଆଳୁ ଅମଳ ଆରମ୍ଭ ହୋଇଛି। ବ୍ୟସ୍ତ ହୁଅନ୍ତୁ ନାହିଁ। ଦର ନିଶ୍ଚିତ କମିବ ନିଶ୍ଚିତ। ଏବେ ସର୍ବୋଚ୍ଚ ପାଇକାରୀ ଦର ୩୬୦୦ ଟଙ୍କା ରହିବ। ଅମଳ ବଢ଼ିଲେ ଆମଦାନୀ ବଢ଼ିଲେ ଦର କମିବ। ନୂଆ ଆଳୁ ଅମଳ ହେଉଚି ଏଣୁ ଦର ଧୀରେ ଧୀରେ ନିୟନ୍ତ୍ରଣ ହେବ ବୋଲି କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘ ମହାସଚିବ।

Latest Posts

Don't Miss