ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ମେଗା ପ୍ଲାନ୍

1 min read

ଭୁବନେଶ୍ବର: ଏଣିକି ନଷ୍ଟ ହେବନି ଚାଷ । କାର୍ଯ୍ୟକାରୀ ହେବ ନୂଆ ଆକ୍ସନ ପ୍ଲାନ୍ । କେନ୍ଦ୍ରୀୟ ଷ୍ଟିୟରିଂ କମିଟିର ଅନୁମୋଦନ ପରେ ପ୍ରଥମ ପର୍ଯ୍ୟାୟରେ ପୁରୀ, କେନ୍ଦ୍ରାପଡ଼ା, ଗଞ୍ଜାମ, ଜଗତସିଂହପୁରରେ ସୃଷ୍ଟି କରାଯିବ ଝାଉଁ ବଣ । ଚାଷ ନଷ୍ଟ ନ ହେବା ଲାଗି ଧାନ ବଦଳରେ ଅଣଧାନ ଚାଷକୁ ଗୁରୁତ୍ବ ଦେବା ସହ ବନ୍ୟା ବାତ୍ୟା ସହଣି ବିହନ ବ୍ୟବହାର କରାଯିବ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ୧୦୦ ଦିନ ବଦଳରେ ୬୦-୬୫ ଦିନ ବର୍ଷା ହେଉଛି । ଏହାକୁ ଦୃଷ୍ଟିରେ ରଖି ବର୍ଷା ଜଳ ସଞ୍ଚୟ, ପାରମ୍ପରିକ ବିହନ ସଂରକ୍ଷଣ, ଗବେଷଣା ଓ ହେନ୍ତାଳ ବନ ସୃଷ୍ଟିକୁ ଗୁରୁତ୍ବ ଦିଆଯିବ ।

ହେନ୍ତାଳ ବନ ବାତ୍ୟା ମୁକାବିଲା ସହ ସମୁଦ୍ର ଜୁଆର ଅଟକାଇବ । ସେପଟେ ବନ୍ୟା ଓ ମରୁଡ଼ି ଯୋଗୁଁ ଧାନ ଚାଷ ଅଧିକ କ୍ଷତିଗ୍ରସ୍ତ ହେଉଥିବାରୁ ଅଣଧାନ ଚାଷକୁ ବ୍ୟାପକ କରିବାରେ ଅନୁଦାନ ଖର୍ଚ୍ଚ ହେବ । ବିଶେଷ କରି ଡାଲି ଜାତୀୟ ଚାଷକୁ ପ୍ରାଧାନ୍ୟ ଦିଆଯିବ ।

ଗତ ୫ ଦଶନ୍ଧିରେ ଓଡ଼ିଶା ୪୪ରୁ ଅଧିକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଜଳବାୟୁର ଏପରି ପରିବର୍ତ୍ତନ ଯୋଗୁଁ ୨୦୧୦ରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲା ।