ସ୍ବାସ୍ଥ୍ୟସେବାରେ ନିୟୋଜିତ ହେବେ ଆଉ ୭୦ ଆମ୍ବୁଲାନ୍ସ

ଭୁବନେଶ୍ବର: ରାଜ୍ୟରେ ରୋଗୀ ସେବା ହେବ ଆହୁରି ସଶକ୍ତ । ଆଉ ୭୦ଟି ଆମ୍ବୁଲାନ୍ସ କିଣିବେ ରାଜ୍ୟ ସରକାର । ୭୦ଟି ଆମ୍ବୁଲାନ୍ସ ମଧ୍ୟରେ ୩୦ଟି ଅତ୍ୟାଧୁନିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଥିବାବେଳେ ବାକି ୪୦ଟି ବେସିକ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ରହିଛି । ଏଗୁଡ଼ିକ ୧୦୮ ଆମ୍ବୁଲାନ୍ସ ପରିସୀମା ବାହାରେ କାମ କରିବ । ବିଶେଷ କରି ବିଏସକେଓ୍ବାଇରେ ରେଫର ହେଉଥିବା ରୋଗୀଙ୍କୁ ଏହି ଆମ୍ବୁଲାନ୍ସ ସେବା ଯୋଗାଇବା  ।

୧୦୮ ଆମ୍ବୁଲାନ୍ସ କେବଳ ସରକାରୀ ଡାକ୍ତରଖାନାକୁ ରୋଗୀଙ୍କୁ ନେଉଥିବାବେଳେ ନୂତନ ଆମ୍ବୁଲାନ୍ସ ବିଏସକେଓ୍ବାଇ ଅନୁବନ୍ଧିତ ବେସରକାରୀ ଡାକ୍ତରଖାନାକୁ ମଧ୍ୟ ରୋଗୀଙ୍କୁ ନେବାଆଣିବା କରିବ । ଘରୋଇ ହସ୍ପିଟାଲକୁ ରେଫର ହେଉଥିବା ରୋଗୀଙ୍କୁ ନୂତନ ଆମ୍ବୁଲାନ୍ସ ସେବା ଯୋଗାଇବ । ଭିଆଇପି ଡ୍ୟୁଟି ସହ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମଧ୍ୟ ନିୟୋଜିତ କରାଯିବ ।

ଗୋଟିଏ ଆମ୍ବୁଲାନ୍ସ ପାଇଁ ନିଯୁକ୍ତି ପାଇବେ ୨ ଜଣ ଡ୍ରାଇଭର । ସେମାନଙ୍କୁ ମାସିକ ୧୫ ହଜାର ଟଙ୍କା ପ୍ରଦାନ କରାଯାଇବ । ୨ ଜରୁରୀକାଳିନ ମେଡିକାଲ ଟେକ୍ନିସିଆନ, ହେଲଫର ମଧ୍ୟ ନିଯୁକ୍ତି ପାଇବେ । ଏନେଇ ସମସ୍ତ ମେଡିକାଲ କଲେଜ ସୁପରିନଟେଣ୍ଡେଣ୍ଟ, ସିଡିଏମଓ ଏବଂ ପିଏଚଓଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।