ସଂକ୍ରମଣ ସଂକଟରେ ସଂଜୀବନୀ ବାଣ୍ଟିଛି ଓଡ଼ିଶା, ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା

ଭୁବନେଶ୍ୱର: ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା  ।   ସଂକ୍ରମଣ ସଂକଟରେ ସାରା ଦେଶକୁ ସଂଜୀବନୀ ବାଣ୍ଟିଛି ଓଡ଼ିଶା । ସଂକଟମୋଚକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଦ୍ବିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଂକଟ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାର ନିଶ୍ବାସ ବାଣ୍ଟି ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି । ଗତ ଦୁଇ ମାସ ମଧ୍ୟରେ ୧୭ରାଜ୍ୟକୁ ୩୧ହଜାର ୨୫୫ ମେଟ୍ରିକ୍ ଟନ୍‌ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି । ଯେଉଁଥିପାଇଁ ଆଜି ଅନ୍ତର୍ଜାତୀୟ ଚ୍ୟାନେଲରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଇଛି  ।

ୟାସ ବାତ୍ୟା ସମୟରେ ମଧ୍ୟ ଅକ୍ସିଜେନ୍‌ ଯୋଗାଣ ଅବ୍ୟାହତ ରହିଥିଲା । ଓଡ଼ିଶା ବାତ୍ୟା ସହ ଲଢୁଥିବା ବେଳେ ବି ଭୁଲିନଥିଲା ମାନବିକତା । କରୋନା ଯୁଦ୍ଧ କେବଳ ରାଜ୍ୟ ଭିତରେ ସୀମିତ ନଥିଲା । ସାରା ଦେଶକୁ ଅକ୍ସିଜେନ୍ ଯୋଗାଇ ରାଷ୍ଟ୍ରନାୟକ ସାଜିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫି ପ୍ରଶଂସା କରିବା ସହ ଏହାର ଡକ୍ୟୁମେଣ୍ଟେସନ୍ କରିଛି । ରାଜ୍ୟ ସରକାରଙ୍କ ନିସ୍ବାର୍ଥପର କାମକୁ ସ୍ବୀକୃତି ମିଳିଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ।

Leave a Reply