spot_img

Latest Posts

ସ୍କୁଲ ଫି’ କୋହଳ କରିବା ପାଇଁ ରାଜ୍ୟ ସରକାରଙ୍କର ପରାମର୍ଶ, ୭ଟି ପର୍ଯ୍ୟାୟରେ କୋହଳ ହେବ ସ୍କୁଲ ଫି’

ଭୁବନେଶ୍ୱର: ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ। ଘରୋଇ ଅଣଅନୁଦାନପ୍ରାପ୍ତ ଓ ଅନୁଦାନପ୍ରାପ୍ତ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ କୁହାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟ ଆଧାରରେ ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ। ଏଥିସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନଯାଇ ପ୍ରକୃତ ସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ କୁହାଯାଇଛି।

୨୦୨୦-୨୧ ଶିକ୍ଷାବର୍ଷ ପାଇଁ କୌଣସି ସ୍କୁଲ ଫି ବୃଦ୍ଧି କରିପାରିବେ ନାହିଁ। ହଷ୍ଟେଲ ଫି ୩୦% ଛାଡ଼ ହେବ। ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍‌ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ରିଆଡମିସନ୍ ଫି, ଡେଭଲପମେଣ୍ଟ ଫି, ଆନୁଆଲ ଫି ଆଦାୟ ନ କରିବାକୁ କୁହାଯାଇଛି। ହାଇକୋର୍ଟଙ୍କ ରାୟ ଆସିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ସ୍କୁଲ ଫି କୋହଳ ନେଇ ଘରୋଇ ସ୍କୁଲ କର୍ତ୍ତୃପକ୍ଷ, ରାଜ୍ୟ ସରକାର ଓ ଓଡ଼ିଶା ଅଭିଭାବକ ମହାସଂଘ ସମେତ ୧୪ଟି ପକ୍ଷ ମଧ୍ୟରେ ହୋଇଥିବା ଏମଓୟୁ କାର୍ଯ୍ୟକାରୀ

କରାଯିବ। ୭ଟି ପର୍ଯ୍ୟାୟରେ ସ୍କୁଲ ଫି କୋହଳ ହେବ। ବାର୍ଷିକ ୬ହଜାରରୁ ଅଧିକ ୧୨ ହଜାରରୁ କମ୍ ଥିଲେ ୭.୫ ପ୍ରତିଶତ ଛାଡ଼ କରାଯିବ। ୧୨ହଜାରରୁ ୨୪ ହଜାର ମଧ୍ୟରେ ଥିଲେ ୧୨ ପ୍ରତିଶତ ଛାଡ଼, ୨୪ ହଜାରରୁ ୪୮ ହଜାର ମଧ୍ୟରେ ଥିଲେ ୧୫ ପ୍ରତିଶତ ଛାଡ଼, ୪୮ହଜାରରୁ ୭୨ ହଜାର ମଧ୍ୟରେ ୨୦ ପ୍ରତିଶତ ଛାଡ଼, ୭୨ହଜାରରୁ ଏକଲକ୍ଷ ମଧ୍ୟରେ ୨୫ ପ୍ରତିଶତ ଛାଡ଼ ହେବ। ସେହିପରି ଏକ ଲକ୍ଷରୁ ଅଧିକ ହୋଇଥିଲେ ୨୬ ପ୍ରତିଶତ ଛାଡ଼ କରାଯିବ।

Latest Posts

Don't Miss