ପୁରୀ ଓ ଶ୍ରୀଜଗନ୍ନାଥ ପ୍ରସଙ୍ଗରେ ମୋ ମତାମତ ନେଉନାହାନ୍ତି ସରକାର: ଶଙ୍କରାଚାର୍ଯ୍ୟ

1 min read

ପୁରୀ: ରାଜ୍ଯ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ରାଜ୍ଯ ସରକାର କୌଣସି ପ୍ରସଙ୍ଗରେ ବିଶେଷ କରି ପୁରୀ ଓ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗରେ ତାଙ୍କ ମତାମତ ଲୋଡୁନାହାଁନ୍ତି ବୋଲି କହି କ୍ଷୋଭ ପ୍ରକାଶ କଲେ ।

ବିଜେପି ସରକାର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଖୋଲିଲେ । ମହାପ୍ରଭୁଙ୍କ ଚାରିଦ୍ୱାର ବି ଖୋଲିଲେ । କିନ୍ତୁ କୌଣସି ପ୍ରସଙ୍ଗରେ ତାଙ୍କର ମତାମତ ଲୋଡା ଯାଇନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ପରିଚାଳନାରେ ପରିଚାଳିତ l ମହାପ୍ରଭୁଙ୍କ ବିଭିନ୍ନ ଜାନିଯାତ୍ରାରେ ରାଜନୀତି କରାଯାଉଛି l ଆଡପ ପହଣ୍ଡି ସମୟରେ ଚାରମାଳ ଉପରେ ବଡ଼ଠାକୁର ପଡିଯିବା ଦେଶ ପାଇଁ ଏକ ବଡ଼ କ୍ଷତି l ମହାପ୍ରଭୁ ସବୁ ସହିବେ ଗର୍ବ ସହିବେ ନାହିଁ । ଆଗକୁ ବଡ଼ ବିପଦ ଆସୁଛି ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ଅନ୍ୟପଟେ ବାଂଲାଦେଶରେ ହିନ୍ଦୁ ମନ୍ଦିର ଭାଙ୍ଗିବା ଓ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ l