କରୋନା କାଳରେ କେତେ ପ୍ରବାସୀ ଶ୍ରମିକଙ୍କୁ କାମ ଓ ସହାୟତା ଦେଇଛନ୍ତି ରାଜ୍ୟ ସରକାର ?

1 min read
Odisha Government Has Given 134.62 Cores To More Than SIx Lakh Migrant Labour In Corona Pandemic

ଭୁବନେଶ୍ୱର: କରୋନା ସଂକ୍ରମଣ ସମୟରେ ରାଜ୍ୟକୁ ଅନେକ ପ୍ରବାସୀ ଶ୍ରମିକ ଫେରିଥିଲେ । ସେମାନଙ୍କ ଜୀବିକା ନିରାପତ୍ତା ଏବଂ ରିଲିଫ୍ ବାବଦରେ ସରକାର ବି ଅର୍ଥ ଯୋଗାଇ ସାହାଯ୍ୟ କରିଥିଲେ । ଶ୍ରମିକଙ୍କ ଜୀବିକା ନିରାପତ୍ତା ଖର୍ଚ୍ଚ ବାବଦରେ ବିଧାନସଭାରେ ଖଣ୍ଡପଡ଼ା ବିଧାୟକ ପ୍ରଶ୍ନ ରଖିଥିଲେ । ଯାହାର ଉତ୍ତର ରଖିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ।

ମନ୍ତ୍ରୀ ଗୃହକୁ ଦେଇଥିବା ତଥ୍ୟ ପ୍ରକାରେ କରୋନା ସଂକ୍ରମଣ କାଳରେ ଗତବର୍ଷ ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ୧୦ ଲକ୍ଷ ୭ ହଜାର ୩୩୦ ଜଣ ଶ୍ରମିକ ଫେରିଥିଲେ । ଫେରନ୍ତା ଶ୍ରମିକମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ନିର୍ଦ୍ଦିଷ୍ଟ ରହଣି ଅବଧି ପରେ ତୁରନ୍ତ ସହାୟତା ବାଦକୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରତ୍ୟେକଙ୍କୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ୨୦୨୦ ଅଗଷ୍ଟ ଶେଷ ସୁଦ୍ଧା ୬ ଲକ୍ଷ ୭୩ ହଜାର ୭୯ ଜଣ ପ୍ରବାସୀଙ୍କୁ ସରକାର ୧୩୪.୬୨ କୋଟି ଟଙ୍କା ବଣ୍ଟନ କରିଛନ୍ତି ।

Odisha Government Has Given 134.62 Cores To More Than SIx Lakh Migrant Labour In Corona Pandemic

ଶ୍ରମିକମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ମନରେଗା, ମିଶନ ଶକ୍ତି ଭଳି ଭଳି ଯୋଜନା ଓ ରାଜ୍ୟ ସରକାର ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାକି, ସଂଖ୍ୟାଲଘୁ ଓ ଅନ୍ୟାନ୍ୟ ପଛୁଆ ବର୍ଗ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଅଧିନରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ମାଧ୍ୟମରେ କୋଭିଡ୍-୧୯ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜକୁ ସରକାର କାର୍ଯ୍ୟକାରୀ କରିଛନ୍ତି ।

ଏହାଛଡ଼ା ସରକାର କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅଣୁ, ଭୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଇତ୍ୟାଦି ବିଭାଗରେ ପ୍ରଚଳିତ ଯୋଜନା ଓ କାର୍ଯ୍ୟକ୍ରମ ଅଧିନରେ ଶ୍ରମିମାନଙ୍କ ଜୀବିକା ନିରାପତ୍ତା ନିମନ୍ତେ ରୋଜଗାର ସୃଷ୍ଟି କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏତଦ୍ ବ୍ୟତୀତ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ସକ୍ରିୟ ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦିଆଯାଇଛି । ୨୦୨୦ ଅଗଷ୍ଟ ସୁଦ୍ଧା ଏଭଳି ଭାବେ ୪ ହଜାର ୬୮୯ ଜଣ ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ସରକାର ସହାୟତା ପ୍ରଦାନ କରିଛନ୍ତି । ପଞ୍ଜିକୃତ ନିର୍ମଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ବେଳେ ରାଜ୍ୟ ବାହାରେ ଥିବା ଓ ଘରେ ଅନୁପସ୍ଥିତ ଶ୍ରମିକଙ୍କୁ ସହାୟତା ରାଶି ବ୍ୟାଙ୍କ ଆକାଉଣ୍ଟରେ ଜମ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । କୋଟକଣ କୋହଳ ପରେ ଶ୍ରମିକ ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ପଳାଇଥିବା ସମ୍ବନ୍ଧୀୟ ତଥ୍ୟ ବିଭାଗକୁ ମିଳିନଥିବା ମନ୍ତ୍ରୀ କହିଛନ୍ତି ।

Leave a Reply