କୋଭିଡ୍ ଗାଇଡଲାଇନ୍ ମାନି ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ଅନୁମତି

Odisha Government has directed To Reopen All Ayurvedic & Homeopathic Medical Colleges From Today

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ବନ୍ଦ ଥିବା ମେଡିକାଲ କଲେଜରେ ପୁଣି ପାଠପଢ଼ା ଆରମ୍ଭ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ପୂର୍ବରୁ ସମସ୍ତ ଏଲୋପାଥି ସରକାରୀ ମେଡିକାଲ କଲେଜରେ କ୍ଲାସ୍ କରିବାକୁ ସରକାର ଅନୁମତି ପ୍ରଦାନ କରିଥିବା ବେଳେ ଏବେ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜିଠୁ ରାଜ୍ୟର ସମସ୍ତ ଆୟୁର୍ବେଦ ଓ ହୋମିଓପାଥିକ ମେଡିକାଲ କଲେଜ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି ।

Odisha Government has directed To Reopen All Ayurvedic & Homeopathic Medical Colleges From Today

କରୋନା ପାଇଁ ମାର୍ଚ୍ଚ ଅଧାରୁ ମେଡିକାଲ କଲେଜ ବନ୍ଦ କରି ଦିଆଯାଇଥିଲା । କରୋନା ଗାଇଡଲାଇନ୍ ମାନି ପୁଣି ପାଠପଢ଼ା ଆରମ୍ଭ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟର ଏସଓପି ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି । ପାଠପଢ଼ା ବେଳେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।

ରାଜ୍ୟରେ ୫ଗୋଟି ଆୟୁର୍ବେଦିକ ମେଡିକାଲ କଲେଜ୍ ରହିଥିବା ବେଳେ ୬ ଗୋଟି ହୋମିଓପାଥିକ ମେଡିକାଲ କଲେଜ ରହିଛି । କୋଭିଡ୍ ଗାଇଡଲାଇନ୍ ମାନି ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ଲାଗି କୁହାଯାଇଛି ।

Leave a Reply