ଗେଲ୍-ଇପିକଲ୍ ମଧ୍ୟରେ ଡିଶାରେ MOU

1 min read

ଭୁବନେଶ୍ୱର: ଗେଲ୍ ଏବଂ ଇପିକଲ୍ ମଧ୍ୟରେ ରାଜ୍ୟରେ ଗ୍ରୀନ୍ ଏନର୍ଜିର ବିକାଶ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହାଦ୍ବାରା ଗ୍ରୀନ୍ ହ୍ରାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଓଡିଶାରେ ଇକୋ-ଫ୍ରେଣ୍ଡଲି ଇନ୍ଧନ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଏମଓୟୁରେ ଗୁରୁତ୍ବାରୋପ କରାଯାଇଛି । ଗ୍ରୀନ୍ ହାଇଡ୍ରୋଜେନ୍ ଶିଳ୍ପଗୁଡିକ ଗ୍ରୀନ୍ ହାଉସ୍ ଗ୍ୟାସର ନିର୍ଗମନ ହ୍ରାସ କରିବାରେ ସାହାଯ୍ୟ କରିବ ।

ଯାହା ଦ୍ୱାରା ଭାରତ ସରକାରଙ୍କ ସାମଗ୍ରିକ ଉଦ୍ଦେଶ୍ୟରେ ସହାୟକ ହେବ | ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିବାରୁ ଓଡିଶା ଶକ୍ତିରେ ନିଜର ସ୍ଥିତିକୁ ଆହୁରି ଦୃଢ କରିବାକୁ ଚେଷ୍ଟା କରୁଛି । ଏହା ରାଜ୍ୟ ଅବସ୍ଥାପିତ କାରଖାନାଗୁଡ଼ିକର ଶକ୍ତି ଆବଶ୍ୟକତାକୁ ପୂରଣ କରିବାରେ ମଧ୍ୟ ସହାୟକ ହେବ । ଶିଳ୍ପ ବିଭାଗ ସଚିବ ହେମନ୍ତ ଶର୍ମା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ GAILର ଆଗ୍ରହକୁ ପ୍ରଶଂସା କରିଛନ୍ତି | ଏହି କାର୍ଯ୍ୟକ୍ରମରେ FICCI, ICC, CII ଏବଂ UCCI ଭଳି ଅଗ୍ରଣୀ ଶିଳ୍ପ ସଂସ୍ଥା ସହିତ ଅଗ୍ରଣୀ ଇସ୍ପାତ, ଆଲୁମିନିୟମ୍ ଏବଂ ରାସାୟନିକ ଉତ୍ପାଦକମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ |

Leave a Reply