ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା, ୫ଟା ଯାଏଁ ଦୋକାନ ବଜାର ଖୋଲା

1 min read

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ କୋହଳ ହେଲା ଲକ୍‌ଡାଉନ୍‌ କଟକଣା। ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାର ଅନୁସାରେ ୩୦ଟି ଜିଲ୍ଲାକୁ କ୍ୟାଟେଗୋରୀ-A ଓ B ରେ ଭାଗ କରାଯାଇଛି।

କ୍ୟାଟେଗୋରୀ -A ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାକୁ ରଖାଯାଇଛି।  ଏହି କ୍ୟାଟେଗୋରୀରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ରହିଛି । ଏହି ଜିଲ୍ଲା ଗୁଡିକରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ସକାଳ ୬ରୁ ସଂଧ୍ୟା ୫ ଯାଏଁ ମାର୍କେଟ୍ କମ୍ପ୍ଲେକ୍ସ ସମେତ ବଜାର ଖୋଲା ରହିବ । ଏହାସହ ମିଠା ଦୋକାନ ମଧ୍ୟ ସକାଳ ୬ରୁ ୫ଟା ଯାଏଁ ଖୋଲାରହିବ। ଉଠା ଦୋକାନୀ ବିକ୍ରି କରିବେ, ତେବେ କେବଳ ଖାଦ୍ୟ ପାର୍ସଲ ନେଇ ହେବ।

ସେହିପରି କ୍ୟାଟେଗୋରୀ-Bରେ ରହିଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା। ଏସବୁ ଜିଲ୍ଲାରେ ୧୦ ପ୍ରତିଶତ ପାଖାପାଖି ସଂକ୍ରମଣ ହାର ଥିବାରୁ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲା ରହିବ। କୃଷି କାର୍ଯ୍ୟ, ଶିଳ୍ପ ସଂସ୍ଥା, ନିର୍ମାଣ କାର୍ଯ୍ୟ ଜାରି ରହିବ । ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଓ ବେସରକାରୀ ଅଫିସ୍ ।

West Bengal And Punjab Government Extends Lockdown Corona

ସେହିପରି କ୍ଷୀର ବ୍ୟବସାୟୀଙ୍କ ସ୍ୱାର୍ଥ ପାଇଁ ଖୋଲା ରହିବ ମିଠା ଦୋକାନ। ସଂକ୍ରମଣ ବଢ଼ିଲେ ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନରଙ୍କୁ ଆକ୍ସନ ନେବାକୁ କୁହାଯାଇଛି ।

Leave a Reply