ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ଅନୁମତି
1 min read
ଭୁବନେଶ୍ବର: ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ଅବସର ନେବାକୁ ଅନୁମତି । ଅବସର ପାଇଁ ବଂଶଲଙ୍କୁ ରାଜ୍ୟ ସରକାର ଦେଲେ ଅନୁମତି । ଡିସେମ୍ବର ୩୧ରେ ଅବସର ନେବେ ବଂଶଲ । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।
ଦୁଇ ବର୍ଷ କାର୍ଯ୍ୟକାଳ ସରିବାରୁ ଅବସର ନେବେ ପୋଲିସ ଡିଜି ସୁନୀଲ ବଂଶଲ । ସେ ୧୯୮୭ ବ୍ୟାଚର ଓଡିଶା କ୍ୟାଡରର IPS ଅଫିସର । ମୟୂରଭଞ୍ଜ ଏସ୍ପି ଭାବେ ଓଡ଼ିଶାରେ କାର୍ଯ୍ୟ ଆରମ୍ଭ କରିଥିଲେ । ୨୭ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନ୍ରେ ଯାଇଥିଲେ । ଓଡିଶା ଫେରିବା ସହିତ ପୋଲିସ ବିଭାଗର ସବୁଠାରୁ ବଡ ପଦବୀ ଗ୍ରହଣ କରିଥିଲେ । ବଂଶଲ ମାଓବାଦୀ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହାସହ ଆଇନଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।