ଜାତୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ: ୮୭କେଜି ଜୁନିୟର ମହିଳା ବର୍ଗରେ ଓଡ଼ିଶାକୁ ରୌପ୍ୟ

ଭୁବନେଶ୍ୱର: ଜାତୀୟ ଭାରୋତ୍ତଳନ ଚାମ୍ପିଅନସିପ୍‌ରେ ଓଡ଼ିଶାକୁ ରୌପ୍ୟ । ଜୁନିଅର ମହିଳା ବର୍ଗରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତତ୍ୱ କରୁଥିବା ଶିବାନୀ ଯାଦବ ରୌପ୍ୟ ପଦକ ହାସଲ କରିଛନ୍ତି । ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ଭାରୋତ୍ତୋଳନ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ ବିଶ୍ୱବିଦ୍ୟାଳୟ ଇନଡୋର ହଲରେ ଚାଲିଥିବା ଜାତୀୟ ଭାରୋତ୍ତୋଳନ ଚମ୍ପିୟାନସିପରେ ଆଜି ୮୭ କେଜି ଜୁନିୟର ମହିଳା ବର୍ଗରେ ଓଡିଶାକୁ ରୌପ୍ୟ ପଦକ ମିଳିଛି । ଏହି ବର୍ଗରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଶିବାନୀ ୟାଦବ ସ୍ନାଚରେ ୭୫ କେଜି, କ୍ଲିନ ଆଣ୍ଡ ଜର୍କରେ ୮୫ କେଜି ସହ ମୋଟ ୧୬୦ କେଜି ଉତ୍ତୋଳନ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ବର୍ଗରେ ମହାରାଷ୍ଟ୍ରର ଯୋଗିତା ଖେଦକର ମୋଟ ୧୭୪ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ଏବଂ ରୁଚିକା ଧୋରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।

୮୭ କେଜି ସିନୟର ମହିଳା ବର୍ଗରେ ଆରଏସପିବିର ବି. ଏନ. ଉଷା ମୋଟ ୨୦୩ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ମହାରାଷ୍ଟ୍ରର କୋମଲ ୱାକଲେ ମୋଟ ୨୦୨ କେଜି ଉତ୍ତୋଳନ କରି ରୌପ୍ୟ ପଦକ ଏବଂ ମୋଟ ୨୦୧କେଜି ଉତ୍ତୋଳନ ଆସାମର ମଧୁ ସମ୍ରିତା ବରୁହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।

୧୦୨ କେଜି ୟୁଥ ପୁରୁଷ ବର୍ଗରେ ଚଣ୍ଡିଗଡ଼ର ପରମବୀର ସିଂ ମୋଟ ୧୭୧ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ରାଜସ୍ଥାନର କେଶବ ବିଶା ମୋଟ ୨୬୩ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଛତିଶଗଡ଼ର ନବଜୋତ ସିଂହ ଲାଲ ମୋଟ ୨୬୧ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।

୮୧ କେଜି ୟୁଥ ମହିଳା ବର୍ଗରେ ମଣିପୁରର ଏମ. ମାର୍ଟିନା ଦେବୀ ମୋଟ ୧୭୨ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ଉତ୍ତରପ୍ରଦେଶର ଅଦିତି ମୋଟ ୧୬୧ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ତାମିଲନାଡୁର କେ ଓବିତା ମୋଟ ୧୫୫ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । ସିନିୟର ପୁରୁଷ ୧୦୯ କେଜି ଓଜନ ବର୍ଗରେ ଏସଏସସିବିର ଲଭପ୍ରୀତ ସିଂ ସ୍ନାଚରେ ୧୬୨ କେଜି, କ୍ଲିନ ଆଣ୍ଡ ଜର୍କରେ ୧୮୮ କେଜି ଏବଂ ମୋଟରେ ୩୫୦ କେଜି ଭାରଉତ୍ତୋଳନ କରି ସ୍ୱର୍ଣ୍ଣ ପଦକ, ଉତ୍ତରପ୍ରଦେଶର ମୋହିତ ଟିବିତ୍ୟା ମୋଟ ୩୨୩ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଆରଏସପିବିର ବିଶାଳ ସୋଲାଙ୍କି ମୋଟ ୩୨୨ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  । ଜୁନିୟର ପୁରୁଷ ୧୦୯ କେଜି ଓଜନ ବର୍ଗରେ ଉତ୍ତରପ୍ରଦେଶର ଚ. ପୁଷ୍ପେନ୍ଦ୍ର ସିଂହ ମୋଟ ୨୯୨ କେଜି ଉତ୍ତୋଳନ କରି ସ୍ୱର୍ଣ୍ଣ, ସଞ୍ଜୀବ ରାଣା ୨୬୯ କେଜି ଉତ୍ତୋଳନ କରି ରୌପ୍ୟ ଏବଂ ଚଣ୍ଡିଗଡ଼ର ପ୍ରିନ୍ସ ମୋଟ ୨୬୮ କେଜି ଉତ୍ତୋଳନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି  ।