କରୋନା ଟିକାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଘେରିଲେ ରଣେନ୍ଦ୍ର
1 min readଭୁବନେଶ୍ୱର: ତେଜିଲା ଟିକା ରାଜନୀତି । ବିହାରରେ ଭୋଟ୍ ଦେଲେ ମାଗଣା ଭ୍ୟାକ୍ସିନ୍ ଦେବା କଥା ବିଜେପି କହିବା ପରେ ଚାରୁଆଡ଼ୁ ଉଠିଛି ପ୍ରତିବାଦର ସ୍ୱର । ଓଡ଼ିଶା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହାକୁ ନେଇ ପ୍ରଶ୍ନ କରିଛନ୍ତି । କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ପ୍ରଶ୍ନ ପଚାରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଯଦି ବିହାରକୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟିକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ?
କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ୨ ଓଡ଼ିଆ ମନ୍ତ୍ରୀଙ୍କୁ ବାଲେଶ୍ୱର ମାଟିରୁ ମୋର ପ୍ରଶ୍ନ ଯେ ଯଦି ବିହାରକୁ ମାଗଣାରେ କରୋନା ଟୀକା ଦେବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇପାରୁଛନ୍ତି ତେବେ ଓଡ଼ିଶାର ଲୋକଙ୍କୁ ମାଗଣା ଟୀକା ପ୍ରଦାନ କରିବା ପାଇଁ କଥା ଦେବାକୁ ପଛଘୁଞ୍ଚା କାହିଁକି ? (୧/୪)
— Ranendra Pratap Swain (@rajaaswain) October 25, 2020
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆହୁରି ପଚାରିଛନ୍ତି- ନା ଏହା କେବଳ ଆଉ ଏକ ନିର୍ବାଚନୀ ଜୁମଲା ? ଓଡ଼ିଶାର ପ୍ରତିନିଧିତ୍ଵ କରୁଥିବା ଦୁଇ କେନ୍ଦ୍ରୀୟ ମନ୍ତ୍ରୀ ସ୍ପଷ୍ଟୀକରଣ ଦେବେ କି ଏହା ପାତରଅନ୍ତର ନୁହେଁ ?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ରାଜ୍ୟ ସରକାର ଓଡ଼ିଶାବାସୀଙ୍କ ପାଇଁ ନିଜସ୍ଵ ପାଣ୍ଠିରୁ ଟିକା ନିର୍ମାତାଙ୍କୁ ପାଞ୍ଚ କୋଟି ଟଙ୍କା ପ୍ରଦାନ କରି ରାଜିନାମା କରିସାରିଛନ୍ତି ଏବଂ ରାଜ୍ୟ ସରକାର ସବୁ ଓଡ଼ିଶାବାସୀଙ୍କୁ ଟୀକାକରଣ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।
ଓଡ଼ିଶାରେ କରୋନା ଟୀକାକରଣ ପାଇଁ ବିଜେପିର ଆଭିମୁଖ୍ୟ କ’ଣ ଦୁଇ ମାନ୍ୟବର କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ଆବଶ୍ୟକ । ଏହାର ଉତ୍ତର ଓଡ଼ିଶାବାସୀ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।