spot_img

Latest Posts

ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ :  ବାଜିମାରିଲେ ଓଡ଼ିଆ ଝିଅ ଜଗଜିତା ଦାଶ

ମୁମ୍ବାଇ:  ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିଶନ ଡ୍ରିମ୍ସ ମିସ ଇଣ୍ଡିଆ ୨୦୨୧ରେ ସେକେଣ୍ଡ ରନର-ଅପ ହୋଇଛନ୍ତି ୨୬ ବର୍ଷୀୟା ଓଡ଼ିଆ ଝିଅ ଜଗଜିତା ଦାଶ। ମିସ କ୍ୟାଟେଗୋରୀରେ ଫାଇନାଲ ରାଉଣ୍ଡକୁ ପୁରା ଭାରତରୁ ୨୦ ଜଣ ସିଲେକ୍ଟ ହୋଇଥିବାବେଳେ, ଚମତ୍କାର ପ୍ରଦର୍ଶନ ସହ ଜଗଜିତା ଶ୍ରେଷ୍ଠ ତିନି ଜଣଙ୍କ ମଧ୍ୟରେ ସ୍ଥାନ ପାଇ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହି ଶୋ’ ରେ ଇଣ୍ଟ୍ରୋଡକ୍ସନ, ଟ୍ୟାଲେଣ୍ଟ, ସ୍ବିନୱେର, ଫିଟନେସ, ନ୍ୟାସନାଲ କଷ୍ଟ୍ୟୁମ, କକଟେଲ, ଡିଜାଇନର, ଏଭେନିଙ୍ଗ ଗାଉନ ଭଳି ରାଉଣ୍ଡ ରହିଥିଲା। ନ୍ୟାସନାଲ କଷ୍ଟ୍ୟୁମ ରାଉଣ୍ଡରେ ସମ୍ବଲପୁରୀ ଶାଢ଼ୀ ପିନ୍ଧି ଓଡ଼ିଆଣୀ ବେଶରେ ମହାପ୍ରଭୁଙ୍କ ଦାସୀ ଭଳି ରାମ୍ପରେ ଚାଲିଥିଲେ ଏହି ଓଡ଼ିଆ ମଡେଲ । ଯାହାଦ୍ବାରା ଜଜେସଙ୍କ ମନ ଜିତି ପାରିଥିଲେ ଜଗଜିତା । ଏହିପରି ସମସ୍ତ ରାଉଣ୍ଡରେ ନିଜର ଦକ୍ଷତା ଓ ସ୍ବନ୍ତ୍ରତା ବଳରେ ସେ ଫାଇନାଲ ରାଉଣ୍ଡରେ ପହଞ୍ଚି ପାରିଥିଲେ ।

ଏହି ଶୋ’ର  ସେକେଣ୍ଡ ରନରଅପ ହୋଇଥିବା ଓଡ଼ିଆ ଝିଅ ଜଗଜିତାଙ୍କ ଘର ହେଉଛି ଢେଙ୍କାନାଳ ଜିଲ୍ଲାରେ। ଅଁଳା ବେରଣ ନିବାସୀ ଚିତ୍ତରଞ୍ଜନ ଦାଶ ଓ ମଞ୍ଜୁଲତା ଦାଶଙ୍କ ଝିଅ ହେଉଛନ୍ତି ଜଗଜିତା । ବାପା ଜଣେ ସରକାରୀ କର୍ମଚାରୀ ଓ ମା ଜଣେ ଶିକ୍ଷୟିତ୍ରୀ । ଜଗଜିତା ଜଣେ ସଫ୍ଟୱେର ଇଞ୍ଜିନିୟର ହୋଇଥିବା ବେଳେ ଅଭିନୟ ଓ ମଡେଲିଂରେ ତାଙ୍କର ପିଲାଟି ଦିନରୁ ରୁଚି ରହିଛି। ଏହା ସହ ଏକାଧିକ ମ୍ୟୁଜିକ ଭିଡ଼ିଓରେ ମଧ୍ୟ ନଜର ଆସି ଦର୍ଶକଙ୍କ ମନ ଜିଣିସାରିଛନ୍ତି ଜଗଜିତା । ଆଉ ଏବେ ଏହି ପାଜେଣ୍ଟ ଶୋ’ରେ ସେକେଣ୍ଡ ରନର ଅପ ହୋଇ ଜାତୀୟ ସ୍ତରରେ ରାଜ୍ୟର ନାଁ କୁ ଗୌରବାନ୍ବିତ କରିଛନ୍ତି ।

Latest Posts

Don't Miss