ଇଲେକ୍ଟ୍ରିକ୍ ମିଟର ନିଜେ ରିଡିଂ କରିବେ ଉପଭୋକ୍ତା, TPCODL MITRA ଆପ୍ ଦେବ ସୂଚନା

1 min read

ଭୁବନେଶ୍ୱର: ଏଣିକି ନିଜ ଇଲେକ୍ଟ୍ରିକ୍ ମିଟରର ନିଜେ ରିଡିଂ ନେଇପାରିବେ ହିତାଧିକାରୀ । ମାସର ନିର୍ଦ୍ଧାରିତ ତାରିଖରେ ମିଟର ରିଡିଂ ଫଟୋକୁ ଏକ ନିର୍ଦ୍ଧିଷ୍ଟ ଆପରେ ଅପଲୋଡ କରିବା ପରେ ୫ ମିନିଟ ମଧ୍ୟରେ ବିଦ୍ୟୁତ୍ ବିଲ ନେଇ ଆସିଯିବ ମେସେଜ । ଆଣ୍ଡ୍ରଏଡ ମୋବାଇଲରେ TPCODL MITRA ନାମକ ଆପକୁ ଡାଉନଲୋଡ କରି ଏହି ସୁବିଧା ପାଇବେ ହିତାଧିକାରୀ । ବିଲ୍ ପରିମାଣ ଅନଲାଇନ ମାଧ୍ୟମରେ ପଇଠ ବି ହୋଇପାରିବ ।

ଏଭଳି ସ୍ମାର୍ଟ ବ୍ୟବସ୍ଥା ଆରମ୍ଭ କରିଛି ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ, TPCODL ।  କୋରୋନା ମହାମାରୀ ସମୟରେ ଉଭୟ ଉପଭୋକ୍ତା ଓ ମିଟର ରିଡର ସୁରକ୍ଷିତ ରହିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । କେବଳ ଏତିକି ନୁହେଁ TCODL MITRA ଆପ ଜରିଆରେ ପାୱାର କଟ, ବିଦ୍ୟୁତ ଚୋରି ସଂପର୍କିତ ତଥ୍ୟ ମଧ୍ୟ ମିଳିପାରିବ ।

କୋଭିଡ ସମୟରେ ଏପରି ଆପର ଆବଶ୍ୟକତା ରହିଥିବା ମତ ପ୍ରକାଶ କରିଛନ୍ତି ଉପଭୋକ୍ତା  । କୌଣସି କର୍ମଚାରୀ ମିଟର ରିଡିଂ କରିବାକୁ ବର୍ତ୍ତମାନ ଆସୁ ନାହାଁନ୍ତି  ।  କୋରୋନାକୁ ନେଇ ଭୟାବହତା ଲାଗି ରହିଥିବା ବେଳେ ପାଖାପାଖି ୨ ମାସ ଧରି ଗ୍ରାମାଞ୍ଚଳରେ ମିଟର ରିଡିଂ ନେବା ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ଲୋକ ଆସୁନଥିବା ଦେଖା ଯାଇଛି । ଏଭଳି ସମୟରେ ଏହି ଆପ ବେଶ ଉପାଦେୟତା ହେବ ବୋଲି ଉପଭୋକ୍ତା କହିଛନ୍ତି ।

Leave a Reply