ପୁଣି ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପଞ୍ଜୀକରଣ ଅବଧି

1 min read

ଭୁବନେଶ୍ୱର: ଗାଡ଼ିମାଲିକଙ୍କୁ ମିଳିଲା ଆଶ୍ବସ୍ତି । ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବା HSRP ପଞ୍ଜୀକରଣ ଅବଧି  । ପରିବହନ ବିଭାଗ ତରଫରୁ ପ୍ରକାଶ ପାଇଛି ନିର୍ଦ୍ଦେଶାନାମା ।

ସୂଚନା ଅନୁଯାୟୀ, ଗାଡ଼ି ନମ୍ବରର ଶେଷ ଅଙ୍କ ୧, ୨, ୩, ୪ ରହିଥିଲେ ଗାଡ଼ି ମାଲିକ ନଭେମ୍ବର ୩୦ ଯାଏ କରିପାରିବେ ଆବେଦନ । ସେହିପରି ଶେଷ ଅଙ୍କ ୫, ୬ ଗାଡ଼ିର ଅବଧି ଡିସେମ୍ବର ୩୧ ଯାଏ ବଢ଼ିଛି । ଗାଡ଼ିର ଶେଷ ଅଙ୍କ ୭, ୮ ଥିଲେ ଜାନୁଆରୀ ୩୧ଯାଏ ପଞ୍ଜୀକରଣ କରିପାରିବେ   । ଶେଷ ଅଙ୍କ ୯ ଓ ୦ ଥିଲେ ଫେବ୍ରୁଆରୀ ୨୮ଯାଏ ମହଲତ ମିଳିବ ।