ଜଳୁଛି ଅଧା ଓଡ଼ିଶା; ବିଭିନ୍ନ ଜିଲ୍ଲାରେ ବଢ଼ିଚାଲିଛି ତାତି

ଭୁବନେଶ୍ୱର: ଜଳୁଛି ଅଧା ଓଡ଼ିଶା । ଗ୍ରୀଷ୍ମ ପ୍ରବାହରୁ ମିଳୁନି ନିସ୍ତାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାତାର ବଢିଚାଲିଛି ତାତି । ଗତକାଲି ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା । ଏଭଳି ସ୍ଥିତି ଆସନ୍ତା ଦିନେ ଦୁଇଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ଅତ୍ୟଧିକ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।

ଦିନରେ ଅସହ୍ୟ ତାତି ପରେ ସଂଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚୁଛି । ରାଜ୍ୟରେ ଦୁଇ ତିନି ଦିନ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ୍, ରାୟଗଡ଼ା, ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରକୁ ବର୍ଷା ଘଡ଼ଘଡ଼ି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ୧୧ଟାରୁ ଅନଲାଇନ ଟିକେଟ୍, ଜଣେ ଦର୍ଶକ ୨ଟି ଟିକେଟ୍ କିଣିପାରିବେ