ଜାଡରେ ଥରୁଛି ସାରା ରାଜ୍ୟ, ୧୦ ଡିଗ୍ରୀ ତଳେ ଅଧିକାଂଶ ସହରର ତାପମାତ୍ରା

1 min read

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଜାଡରେ ଥରୁଛି ସାରା ରାଜ୍ୟ । ଲଗାତାର ତାପମାତ୍ରା ହ୍ରାସ ପାଉଥିବାବେଳେ ଶୀତ ବଢିବାରେ ଲାଗିଛି । ମୟୂରଭଞ୍ଜରୁ-ମାଲକାନଗିରି, ବାଲେଶ୍ବରରୁ ବ୍ରହ୍ମପୁର ସବୁଠି ଅସହ୍ୟ ଥଣ୍ଡା। ଶୀତରୁ ବର୍ତ୍ତିବା ପାଇଁ କିଏ ନିଆରା ସାହାରା ନେଉଛି ଆଉ କିଏ ଚା’ ପିଉଛି । ପୁଣି ଖେଳକୁଦ ସାଙ୍ଗକୁ ବ୍ୟାୟାମ କରି ଶୀତରୁ ଉପଶମ ପାଇଁ ଉଦ୍ୟମ ଚଳାଇଛନ୍ତି ଜନସାଧାରଣ ।

ଜି. ଉଦୟଗିରିରେ ପାରଦ ପାଖାପାଖି ୫ ଡିଗ୍ରୀ ରହିଥିବାବେଳେ ମୟୂରଭଞ୍ଜ, ସେମିଳିଗୁଡା, ଫୁଲବାଣୀ ଓ ଦରିଙ୍ଗବାଡିରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଅଧିକାଂଶ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି । ଗୁରୁଚାପ ବଳୟର ପ୍ରଭାବରେ ଆଗାମୀ ଦୁଇଦିନ ଉତ୍ତର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ କୁହୁଡି ଦେଖିବାକୁ ମିଳିବ ।

ଅନ୍ୟପଟେ କାଲିଠୁ ତାପମାତ୍ରା ସାମାନ୍ୟ ବୃଦ୍ଧି ସହିତ ଶୀତ କମିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି ।