କୁଇନ ଅଫ୍ ଦି ଟ୍ରାନ୍ସମିଶନ ଟାୱାର: ପଢ଼ନ୍ତୁ ସୋରଣ ସୀତାଙ୍କର ସଂଘର୍ଷର କାହାଣୀ

1 min read

ସେ ହାରି ନାହାନ୍ତି… । ସମାଜର ବାଛ ବିଚାରକୁ ଡରିଯାଇ ପଛକୁ ଫେରି ନାହାନ୍ତି… । ସାହାସ ଜୁଟାଇଛନ୍ତି ଆଉ ବଢ଼ି ଚାଲିଛନ୍ତି ଆଗକୁ ଆଗକୁ । ଯାହାର ପରିଣାମରେ ଗାଁର ପ୍ରଥମ ମହିଳା ଇଲେକ୍ଟ୍ରିସିଆନ ହୋଇପାରିଛନ୍ତି ସେ । ସେ ହେଉଛନ୍ତି ଓଡ଼ିଶା ସୋରଣ ଗାଁର ସୀତା ବେହେରା ।

ସୀତା ବେହେରା ଯେବେ ଛୁଟି ସମୟରେ ନିଜ ଗାଁକୁ ଯାଆନ୍ତି, ଲୋକମାନଙ୍କର ଥଟ୍ଟା ପର ପାତ୍ର ହୋଇଥାନ୍ତି । ପୁଅ ମାନେ ମିଶି ତାଙ୍କୁ ତାତ୍ସଲ୍ୟ କରନ୍ତି । ସୀତା ନିଜ କଲେଜ ୟୁନିଫର୍ମ ସାର୍ଟ ପ୍ୟାଣ୍ଟ ପିନ୍ଧି ଗାଁକୁ ଗଲେ ଘର ପଡ଼ିଶା ଲୋକ ତାଙ୍କୁ ଥଟ୍ଟା କରିଥାନ୍ତି । ଝିଅଟିଏ ହୋଇ ଇଞ୍ଜିନିୟରିଂ ପାଠ ପଢ଼ିବାକୁ ସୀତା ଘରୁ ପାଦ କାଢ଼ିଥିଲେ, ତାହା ହଜମ ହେଉନଥିଲା ଗାଁ ଲୋକଙ୍କ ଦେହରେ । ଇଞ୍ଜିନିୟରିଂ ଭଳି ପାଠ କେବଳ ପୁଅ ପିଲା ପଢ଼ନ୍ତି ବୋଲି ଲୋକେ ଭାବିଥାନ୍ତି ।

ଏବେ କିନ୍ତୁ ସୀତା ହେଉଛନ୍ତି ସୋରଣ ଗାଁର ମର୍ଯାଦା । ସୋରଣ ଗାଁର ପରିଚୟ ତିଆରି କରିଛନ୍ତି ସୀତା । କାରଣ ସେ ଏବେ ସେହି ଗାଁର ପ୍ରଥମ ମହିଳା ଇଲେକ୍ଟ୍ରିସିଆନ  । ତାହା ପୁଣି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ(OPTCL) ରେ ଚାକିରି କରିପାରିଛନ୍ତି । ଖାଲି ସେତିକି ନୁହେଁ ସୀତାଙ୍କୁ ଏବେ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ର ଚେୟାରମ୍ୟାନ ସୁବ୍ରୋତୋ ବାଗଚି କୁଇନ ଅଫ ଦି ଟ୍ରାନ୍ସମିଶନ ଟାଓ୍ୱାର ସମ୍ମାନରେ ସମ୍ମାନିତ କରିଛନ୍ତି । ସୀତା କୁହନ୍ତି, ସେ ଯେତେବେଳେ ୩୦ ଫୁଟିଆ ଇଲେକ୍ଟ୍ରି ଟାଓ୍ୱାର ଉପରେ ଚଢ଼ି କାମ କରନ୍ତି ସେତେବେଳେ ତାଙ୍କୁ ବହୁତ ଖୁସିଲାଗିଥାଏ ।

ସୀତାଙ୍କ ପିଲାବେଳ ବହୁ ସଂଘର୍ଷପୂର୍ଣ୍ଣ ଥିଲା । କାରଣ ସୀତା ତାଙ୍କ ପରିବାର ମଧ୍ୟରେ ସବୁଠାରୁ ସାନ ଥିଲେ ଏବଂ ତାଙ୍କ ଉପରେ ଆହୁରି ଜଣେ ଭାଇ ଓ ଦୁଇ ଭଉଣୀ ଥିଲେ । ଦିନକୁ ଦି ଓଳି ଖାଇବାକୁ ମିଳୁ ନ ଥିବା ସୀତାଙ୍କ ପରିବାର ଲୋକଙ୍କ ପାଇଁ ସୀତାଙ୍କୁ ପାଠ ପଢ଼ାଇବା ସମ୍ଭବ ହେଉ ନ ଥିଲା। ତଥାପି ସୀତା କୁହନ୍ତି, ତାଙ୍କ ଭାଇ ତାଙ୍କୁ ପାଠ ପଢ଼ିବାରେ ବହୁତ ସାହାଯ୍ୟ କରିଛନ୍ତି । ନିଜେ ଅସୁବିଧାରେ ରହି ତାଙ୍କୁ ପାଠ ପଢ଼ାଇଛନ୍ତି ।

ସୀତା ବେହେରାଙ୍କର ଏହି ସଙ୍ଘର୍ଷ ପୂର୍ଣ୍ଣ କାହାଣୀ ପଛୁଆ ଆଦିବାସୀ ବର୍ଗର ଝିଅ ମାନଙ୍କ ପାଇଁ ଏକ ଉଲ୍ଲେଖନୀୟ ଅବଦାନ । ତାଙ୍କର ଏହି ଅବଦାନ ଅତୀତରେ ଏବଂ ଭବିଷ୍ୟତର ସବୁ ଛାତ୍ର ମାନଙ୍କ ପାଉଁ ଏକ ଉଦାହରଣ ହୋଇ ରହିବ  ।

Leave a Reply