ରାଜ୍ୟରେ ଚାଲିଛି ଜୋରଦାର ପ୍ରଚାର
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ଭୋଟ । ଗାଁ ଗାଁରେ ପ୍ରାର୍ଥୀ ଚଳାଇଛନ୍ତି ଜୋରସୋରରେ ପ୍ରଚାର। ନିଜ ନିଜର ମୁଲ୍ୟବାନ୍ ଭୋଟ୍ ବିଜୁ ଜନତା ଦଳ ସପକ୍ଷରେ ଦେବା ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି ନେତା ଓ କର୍ମୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ ଟୁନା ଦାସଙ୍କ ନେତୃତ୍ୱରେ ସିନ୍ଦ୍ରିଗାଁ ଠାରେ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସିନ୍ଦ୍ରିଗାଁ ଓ କୁଟିକିଆ ପଞ୍ଚାୟତର ୧୫ଶହରୁ ଅଧିକ କର୍ମୀ ଓ ନେତା କାର୍ଯ୍ଯକ୍ରମରେ ସାମିଲ୍ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ରାଜ୍ୟର ବିକାଶ ଧାରାକୁ ଆଗେଇ ନେବା ପାଇଁ ସମସ୍ତେ ଶପଥ ନେଇଛନ୍ତି ।
ଚାନ୍ଦବାଲି ନିର୍ବାଚନମଣ୍ଡଳିରେ ବିଧାୟକ ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ପ୍ରଚାର । ପ୍ରାର୍ଥିପତ୍ର ଦାଖଲ ପରେ ବ୍ୟୋମକେଶ ରାୟ ଆରମ୍ଭ କରିଛନ୍ତି ପ୍ରଚାର। ଲଗାତାର ଦୁଇ ଥର ଜିତିବା ପରେ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି ବ୍ୟୋମକେଶ। ବିଜୟନଗର ଓ ଭାଟପଡା ପଞ୍ଚାୟତରେ ବିଶାଳ ବାଇକ ରାଲିରେ ପଞ୍ଚାୟତର ସମସ୍ତ ଗାଁ ପରିକ୍ରମା କରିଥିଲେ। ବାଇକ ରାଲିରେ ଶହ ଶହ ସଂଖ୍ୟାରେ ଯୁବକ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ବ୍ୟୋମକେଶ ରାୟ ସମସ୍ତ ପଞ୍ଚାୟତ ବାସୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଉକ୍ତ ବାଇକ ରାଲିରେ ବିଜୟନଗର ସରପଞ୍ଚ ଦିଲ୍ଲୀପ ରାଉତ, ଭାଟପଡା ସରପଞ୍ଚଙ୍କ ପ୍ରତିନିଧି ପ୍ରଭାସ ନାୟକ, ଜିଲ୍ଲା ପରିଷଦ ରଞ୍ଜନ କୁମାର ସାହୁ, ବରିଷ୍ଠ ନେତା ଶରତ ସାହୁ, ନରେଶ ମାଝୀ, ଦିଜ୍ଜବର ରାଉତ ପ୍ରମୁଖ ଯୋଗ ଦେଇଥିଲେ ।