ବିନା ପରୀକ୍ଷାରେ ପାସ୍‌ ଉପରେ ଲାଗିଲା ଅଙ୍କୁଶ, ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସାରିବାକୁ ୟୁଜିସିର ନିର୍ଦ୍ଦେଶ

Odisha Education News: UGC new guideline for exam in corona pandemic situation.

ଭୁବନେଶ୍ୱର: ଶିକ୍ଷା ଉପରେ କରୋନା ଚଡ଼କ । ଯ଼ୁକ୍ତ ତିନି ଶେଷ ବର୍ଷ ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ନ କରିବାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଲାଗିଲା ବ୍ରେକ୍‌ । ସୁସ୍ଥ ବାତାବରଣରେ ପରୀକ୍ଷା କରି ସେପ୍ଟେମ୍ବର ଶେଷ ସୁଦ୍ଧା ସାରିବାକୁ ୟୁଜିସି ଦେଇଛି ନର୍ଦ୍ଦେଶ । ଯାହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଓ ଛାତ୍ରଛାତ୍ରୀଙ୍କ ଭିତରେ ଦ୍ୱନ୍ଦ୍ୱ ବଢିଛି । ଏହାକୁ କାର୍ଯ୍ୟକାରୀ କରିବା ସହ ପୁଣି ଥରେ ପରୀକ୍ଷା ନେଇ ଭାବିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର ।

ହେଲେ ୟୁଜିସିର ଏଭଳି ନିଷ୍ପତ୍ତି ପରେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ବିନା ପରୀକ୍ଷାରେ ପାସ ନିଷ୍ପତ୍ତିକୁ ନାପସନ୍ଦ କରି ୟୁଜିସି ପକ୍ଷରୁ ଏକ ଏକ୍ସପର୍ଟ କମିଟି ଗଠନ କରାଯାଇଥିଲା । କମିଟିର ରିପୋର୍ଟ ଅନୁଯାୟୀ ଭଲ ବାତାବରଣରେ ସେପ୍ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା ସାରିବାକୁ ହେବ । ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖିଛି । ଅନଲାଇନ୍‌, ଅଫଲାଇନ୍‌ ବା ବ୍ଲେଣ୍ଡେଡ୍‌ ପଦ୍ଧତିରେ ପରୀକ୍ଷା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ତେବେ ଖୁବ୍‌ଶୀଘ୍ର କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନେଇ ଏକ ବୈଠକ କରିବ ଉଚ୍ଚଶିକ୍ଷା ବିଭାଗ ଏବଂ ପରୀକ୍ଷା ନେଇ ଆଲୋଚନା କରିବ ବୋଲି ସୂଚନା ମିଳିଛି ।

Online, Guideline, Odisha, Online Class, Education

ଦୀର୍ଘ ପାଞ୍ଚ ମାସରୁ ଅଧିକ ସମୟ ହେଲାଣି ପରୀକ୍ଷାକୁ ନେଇ ଛକାପଞ୍ଝା ଲାଗି ରହିଛି । କରୋନା ଗ୍ରାଫକୁ ଦେଖି ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନ କରିଚାଲିଛନ୍ତି ସରକାର । ମାସେ ତଳେ ପରୀକ୍ଷା ନ ହେବା ଖବର ପାଇ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିଥିଲେ ଛାତ୍ରଛାତ୍ରୀ । ହେଲେ ପୁଣି ବହି ଦୁନିଆକୁ ଫେରିବା ବାଧ୍ୟ ହେବେ ଛାତ୍ରଛାତ୍ରୀ । ତେବେ ଏହା ସେମାନଙ୍କ ପାଇଁ କାଠିକର ପାଠ ହୋଇପାରେ ବୋଲି କୁହାଯାଉଛି । ଏପରିକି ସଂକ୍ରମଣ ଭୟରେ ଅଫଲାଇନ୍‌ ପରୀକ୍ଷାକୁ ଛାତ୍ରଛାତ୍ରୀ ରୋକଠୋକ୍‌ ମନା କରି ଦେଇଛନ୍ତି ଏବଂ ଅନଲାଇନ୍‌ ପରୀକ୍ଷା ପାଇଁ ଇଣ୍ଟରନେଟ୍‌ ଅସୁବିଧା ସେମାନଙ୍କ ଚିନ୍ତାର କାରଣ ପାଲଟିଛି ।

(ପ୍ରିୟ ପ୍ରୀତମ ମହାନ୍ତି)

Leave a Reply