ଭୁବନେଶ୍ୱର: ଚଳିତ ତ୍ରୀସ୍ତରିୟ ନିର୍ବାଚନରେ ବିଜେପିର ନ୍ୟୁନ ପ୍ରଦର୍ଶନକୁ ନେଇ ଦଳର ନେତା ରଖିଲେ ଆଭିମୁଖ୍ୟ  । ବିଗତ ୨୦୧୭ ମସିହା ନିର୍ବାଚନରେ ଭଲ ପ୍ରଦର୍ଶନ କରିଥିବା ବିଜେପି ଚଳିତ ନିର୍ବାଚନରେ ତିନି ଅଙ୍କ ଛୁଇଁବା ନଛୁଇଁବା ପ୍ରଶ୍ନବାଚୀ ଭିତରେ  । ଏହାରି ଭିତରେ ବିଜେପିର ବରିଷ୍ଠ ନେତା ଖାରବେଳ ସ୍ୱାଇଁ କହିଛନ୍ତି, ଦଳର ନେତୃତ୍ୱଙ୍କ ପରାଜୟ ହୋଇଛି  । ବିଜେପିର ବିପର୍ଯ୍ୟୟ ପଛରେ କେବଳ ରାଜ୍ୟ  ନେତୃତ୍ୱର ସଂକଟ  ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମାସ୍କନ୍ଦ ନେତା ବିଜେପିରେ ନାହାଁନ୍ତି, ତେଣୁ ସାଧାରଣ ଲୋକଙ୍କ ବିଜେପି ବିଶ୍ୱାସ ଭାଜନ ହୋଇପାରୁନାହିଁ  ।

ବିଜେଡିର ବିଶ୍ୱାସନୀୟତା ଆଜି ମଧ୍ୟ ଲୋକଙ୍କ ପାଖରେ ଜାରି ରହିଛି  । କାରଣ ଦଳର ଚେହେରା ନବୀନ ପଟ୍ଟନାୟକଙ୍କୁ ଲୋକେ ସ୍ୱୀକୀର କରିଛନ୍ତି  । ରାଜ୍ୟ ବିଜେପିରେ ସେଭଳି କେହି ନେତା ନାହାଁନ୍ତି, ଯାହା ନବୀନ ପଟ୍ଟନାୟଙ୍କ ଚେହେରାକୁ ଟାର୍ଗେଟ ଦେଇପାରିବ  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକେ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି  । କେନ୍ଦ୍ରରେ ବିଜେପିର ଦୃଢ ନେତୃତ୍ୱ ରହିଛନ୍ତି  । କିନ୍ତୁ ଓଡିଶାରେ କେହି ମଧ୍ୟ ଚେହେରା ନାହାଁନ୍ତି  । ଦଳ ଲୋକଙ୍କ ପାଖେ ଗ୍ରହଣୀୟ ହୋଇ ପାରୁ ନାହିଁ ବୋଲି କହିଛନ୍ତି ଖୋଦ ବିଜେପି ନେତା ଖାରବେଳ ସ୍ୱାଇଁ  ।

Leave a Reply