ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି ଅଭୟ, ପିଲାଙ୍କୁ ବାଣ୍ଟିଲେ ବହି, ମନେ ପକାଇଲେ ପୁରୁଣା ଦିନର ସ୍ମୃତି

ଭୁବନେଶ୍ୱର: କୋରାପୁଟ,ମାଲକାନଗିର ଶବ୍ଦ ପାଟିକୁ ଆସିବା ମାତ୍ରେ ପ୍ରାକୃତିକ ଶୋଭାରାଜି କଥା ମନେ ପଡେ । ହେଲେ ସାରା ଭାରତରେ ଯେତେବେଳେ ନକ୍ସଲବାରୀ ଆନ୍ଦୋଳନ ହେଲା, ସେ ସମୟରେ ଓଡ଼ିଶାର ଦାକ୍ଷିଣତ୍ୟରେ ଥିବା ଏହି ଅଞ୍ଚଳ ନକ୍ସଲମାନଙ୍କ ଭୂସ୍ୱର୍ଗ ପାଲଟିଯାଇଥିଲା । ସାଧାରଣ ଜନତା ମୁଖ୍ୟ ସ୍ରୋତରେ ସାମିଲ ହେବା ଦୂରର କଥା । ଏକଥା ଭାବିବାକୁ ତାଙ୍କର ଯୁ ନ ଥିଲା । ଏହି ନିରୀହ ଲୋକମାନଙ୍କ ସରଳମନକୁ ନେଇ ଫାଇଦା ଉଠାଉଥିଲେ ନକ୍ସଲପନ୍ଥୀ । ତାଙ୍କୁ ଢାଲ କରି ନକ୍ସଲପନ୍ଥୀ ଖେଳୁଥିଲେ ରକ୍ତର ହୋଲି । ତେଣୁ ସେହି ଅଞ୍ଚଳରେ ବିକାଶର ଭିତ୍ତି ପଡିବା ଏକ ପ୍ରକାର ଅସମ୍ଭବ ଥିଲା । ହେଲେ ଆଜି ବଦଳିଛି ସମୟ । ଏକଦା ଅପହଞ୍ଚ ଥିବା ସେହି ଇଲାକା ଆଜି ହୋଇଛି ସ୍ୱାଭିମାନ ଅଞ୍ଚଳ ।

ବିକାଶର ପଦଚିହ୍ନ ଦେଖିବାକୁ ମିଳିଛି ଏହି ଅଞ୍ଚଳରେ । ଗୁରୁପ୍ରିୟା ସେତୁ ଆଜି ଏକ ମାଇଲଖୁଣ୍ଟ । ସ୍ଥାନୀୟ ଅର୍ଥନୈତିକ, ସାମାଜିକ,ସାଂସ୍କୃତିକ ବ୍ୟବସ୍ଥାରେ ଯୋଡିଛି ନୂଆଫର୍ଦ୍ଦ  । ଏକଦା ୧୯ ରାଜ୍ୟ ଓଡ଼ିଶାରେ ନକ୍ସଲ ଗତିବିଧି ପ୍ରବଣ ରହିଥିଲା । ହେଲେ ଓଡ଼ିଶା ଗୃହ ବିଭାଗର ଅବିରତ ପ୍ରୟାସ, ରାଜ୍ୟ ପ୍ରଶାସନର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ନକ୍ସଲପନ୍ଥୀଙ୍କୁ ଦୁର୍ବଳ କରିଥିଲା । ବନ୍ଧୁକ ଛାଡି ହଜାର ହଜାର ମାଓବାଦୀ ସାମିଲ ହୋଇଥିଲେ ମୁଖ୍ୟ ସ୍ରୋତରେ । ଏହି ଅଞ୍ଚଳକୁ ପ୍ରାଥମିକ ଅବସ୍ଥାରେ ଯେଉଁ କେତେଜଣ ନିଷ୍ଠାବାନ ଅଫିସର ନିଜର ତତ୍ତ୍ୱାବଧାନରେ ସମ୍ଭାଳିଥିଲେ । ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ବର୍ତ୍ତମାନର ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ଦିନେ ସେହି ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଧିକାରୀ ଜଣଙ୍କ ଯେବେ ରାଜ୍ୟ ପୋଲିସ ବିଭାଗର ମୁଖିଆ ହୋଇ ଉକ୍ତ ଅଞ୍ଚଳ ଗସ୍ତ କରେ, ତେବେ ତାହା ନିଆରା ହୋଇଥାଏ । ସେହି ମାଟି,ପାଣି,ପବନ ସହ ଥିବା ତାହାର ପୁରୁଣା ସମ୍ପର୍କ ତାକୁ ଭାବବିହ୍ୱଳ କରିଦେଇଥାଏ । ସେହି ଅଞ୍ଚଳର କେମିତି ଅନ୍ୟମାନଙ୍କ ଅପେକ୍ଷା ନିଜର ଲାଗି ଥାଆନ୍ତି । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ମାଲକାନଗିରି ଏବଂ ସୁଦୂର କୋରାପୁଟରେ । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବା ସହ ଗୋରାସେତୁସ୍ଥିତ ବିଏସ୍‌ଏଫ୍ କ୍ୟାମ୍ପ ପରିଦର୍ଶନ କରିଛନ୍ତି । ତାଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିଲେ। କେବଳ କ୍ୟାମ୍ପ ନୁହେଁ, ସ୍ଥାନୀୟ ଲୋକଙ୍କ ସହ କଥା ହୋଇଥିଲେ ଅଭୟ । ଆଉ ପଚାରି ବୁଝିଥିଲେ ବିକାଶର କଥା । ଭଲମନ୍ଦ, କେତେକ’ଣ । ପିଲାଠୁ ବୁଢା ସମସ୍ତଙ୍କ ସହ ଦୁଇ ପଦ କଥା ହୋଇଥିଲେ ।

କୁନି ପିଲାଙ୍କ ସହ ଖୁସି ଗପ କରିଥିଲେ । ଆଉ ପରିଣତଙ୍କ ସହ ବାଣ୍ଟିଥିଲେ ବିଗତ ଦିନର ସ୍ମୃତି । ଡିଜିପି ସେହି ଅଞ୍ଚଳରେ ଥିବା ବିଏସ୍‌ଏଫ୍‌, ଏସ୍‌ଓଜି, ଡିଭିଏଫ୍‌ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସ୍ୱାଭିମାନ ଅଞ୍ଚଳରେ ପିଲାଙ୍କୁ ଡିଜି ପାଠ୍ୟ ଉପକରଣ ଓ ଅନ୍ୟ ସାମଗ୍ରୀ ବାଣ୍ଟିଥିଲେ  ।. ଆଉ ଡିଜିପିଙ୍କ ହାତରୁ ଏ ସବୁ ପାଇ ପିଲାଙ୍କ ଖୁସି କହିଲେ ନ ସରେ । ସେହିଭଳି କୋରାପୁଟର ସୁନାବେଡ଼ାରେ ପହଞ୍ଚିଥିଲେ ପୋଲିସ ଡିଜି । ମାଓ କାର୍ଯ୍ୟକଳାପ ଓ ନିଶା କାରାବର ନିୟନ୍ତ୍ରଣ ନେଇ ପୋଲିସ ଡିଜି ସମୀକ୍ଷା କରିଥିଲେ  । କୋରାପୁଟ ଜିଲ୍ଲାରେ ଚୋରା ଗଞ୍ଜେଇ କାରବାର ରୋକିବାକୁ ପୋଲିସର କାର୍ଯ୍ୟନୁଷ୍ଠାନକୁ ପ୍ରଶାଂସା କରିଥିଲେ ଡିଜି ।…

 

Leave a Reply