ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ ସିଂ

ଭୁବନେଶ୍ବର : ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ରଜନୀକାନ୍ତ ସିଂ। ସେ ଆଜି ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଉପବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ୨୦୧୯ରୁ ଉପବାଚସ୍ପତି ଥିଲେ ରଜନୀକାନ୍ତ ସିଂ ଏବଂ ଅନୁଗୁଳରୁ ସେ ୪ଥର ବିଧାୟକ ହୋଇଛନ୍ତି । ୨୦୧୨ରୁ ୨୦୧୪ ଯାଏଁ ମଧ୍ୟ ସେ ଖଣି ଏବଂ ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିଲେ ।