ରାଜ୍ୟରେ ନିୟନ୍ତ୍ରଣରେ ଡେଙ୍ଗୁ ସ୍ଥିତି, କ୍ୟାପିଟାଲ ହସ୍ପିଟାଲରେ ସମସ୍ତ ବ୍ୟବସ୍ଥା

1 min read

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ । ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ରହିଛି । ବର୍ତ୍ତମାନ ଭୁବନେଶ୍ବର କଟକରେ ସାମାନ୍ୟ ଅଧିକ ରହିଛି । ଗତ ୨-୩ ଦିନ ତଳେ ଯେଉଁ ତୁଳନାରେ ବଢୁଥିଲା ସେଥିରେ ସୁଧାର ଆସିଛି । କ୍ୟାପିଟାଲ ହସ୍ପିଟାଲରେ ୧୦୦ ରୋଗୀଙ୍କ ପାଇଁ ବ୍ୟବସ୍ଥା ଥିବାବେଳେ ଅଛନ୍ତି ୬୦ ଜଣ ରୋଗୀ । ମାଗଣାରେ ବ୍ଲଡ଼, ପ୍ଲେଟଲେଟ୍ ଦିଆଯାଉଥିବା କହିଛନ୍ତି ହସ୍ପିଟାଲ ନିର୍ଦେଶକ  ।

ତେବେ କାହାର ଡେଙ୍ଗୁରେ ମୄତ୍ୟୁ ହୋଇଥିବା ଖବର ମିଳିନାହିଁ । ତେବେ ଏଥିପାଇଁ ଆତଙ୍କିତ ନହୋଇ ସତର୍କ ଓ ସଜାଗ ରହିବା ସହ ମଶାରୀ ବାନ୍ଧିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ କ୍ୟାପିଟାଲ ହସ୍ପିଟାଲରେ ୧୧୫ ରୋଗୀଙ୍କ ସାମ୍ପୁଲ ଟେଷ୍ଟ ହୋଇଥିବାବେଳେ ୫୦ ଜଣ ଡେଙ୍ଗୁ ଚିହ୍ନଟ ହୋଇଛନ୍ତି । ପ୍ଲେଟଲେଟର ଡିମାଣ୍ଡ ଅଧିକ ରହିଛି ବର୍ତ୍ତମାନ ପରିସ୍ଥିତିରେ ଏହାର ଅଭାବ ନାହିଁ । ଯଦି ବଢିବ ଅଧିକ ଦରକାର ପଡ଼ିବ । ଗତକାଲି ହାଇଲେଭେଲ ବୈଠକରେ ପ୍ଲେଟଲେଟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଯନ୍ତ୍ରପାତି ଏବଂ କିଟ ପାଇଁ ଆର୍ଥିକ ବ୍ୟୟବରାଦର ବ୍ୟବସ୍ଥା ହୋଇଛି ବୋଲି ସୂଚନା ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ।

Leave a Reply