କରୋନା ବିରୋଧରେ ଆରପାର୍ ଲଢ଼େଇ, ‘ବିପର୍ଯ୍ୟୟ’ ଘୋଷଣା କଲେ ରାଜ୍ୟ ସରକାର

1 min read

ଭୁବନେଶ୍ୱର: ଭାରତରେ ପ୍ରଥମ କରୋନା ମୃତ୍ୟୁ ପରେ ରାଜ୍ୟ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ କରୋନାର ମୁକାବିଲା ପାଇଁ ସରକାର ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଅର୍ଥରେ ସଚେତନତା ସହ ଲୋକଙ୍କୁ ଚିକିତ୍ସା ଯୋଗାଇ ଦିଆଯିବ ।

କରୋନା କାୟାକୁ ଦେଖି ସରକାର ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ, କଲେଜ ସହ ଅଙ୍ଗନୱାଡ଼ି ବନ୍ଦ ରହିବ । କିନ୍ତୁ, ଏହି ସମୟରେ ହେବାକୁ ଥିବା ପରୀକ୍ଷା ସବୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ହେବ । ଜନଗହଳିପୂର୍ଣ୍ଣ ସ୍ଥାନରେ କରୋନା ଭାଇରସ ସହଜରେ ଅନ୍ୟକୁ ସଂକ୍ରମିତ ହେଉଥିବାରୁ ସିନେମା ହଲ୍ ଓ ସୁଇମିଂ ପୁଲ୍ ବନ୍ଦ ରହିବ ।

କାୟା ମେଲାଉଥିବା କରୋନାରୁ କେମିତି ଦୁରେଇ ରହିବେ ?

କେହି ବ୍ୟକ୍ତି ଯେପରି ବାହାରେ ପାନ ଛେପ ନ ପକାନ୍ତି ସେଥିପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭା ଓ ଗୃହ ପ୍ୟାନେଲ ମାର୍ଚ୍ଚ ୨୯ ଯାଏଁ ବନ୍ଦ ରହିବ । ଏଥିସହ ସରକାରୀ କାର୍ଯ୍ୟାଳୟରେ ବାୟୋମେଟ୍ରିକ ସିଷ୍ଟମରେ ଉପସ୍ଥାପନ ଉପରେ ସରକାର କଟକଣା ଜାରି କରିଛନ୍ତି । ସେହିଭଳି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଯୁଗ୍ମ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ମାର୍ଚ୍ଚ ୩୧ ତାରିଖ ଯାଏଁ ବନ୍ଦ ରହିବ । ଜନ ସାଧାରଣ ଅନଲାଇନରେ ଅଭିଯୋଗ କରିପାରିବେ ।

ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

Leave a Reply