ଆଜିଠୁ ଖୋଲିଲା ଭିତରକନିକା, ଥରକରେ ଯିବେ ୫ଶହ ପର୍ଯ୍ୟଟକ….

କେନ୍ଦ୍ରାପଡା: କରୋନା ବେଳେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଭିତରକନିକା ବନ୍ଦ କରାଯାଇଥିଲା । ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ ହେବା ହେତୁ ରାଜ୍ୟ ସରକାର ଭିତରକନିକାକୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଣିକି ଦିନବେଳା ଭିତରକନିକା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ଖୋଲା ରହିବ । ଏକକାଳୀନ ଭାବେ ୫ଶହରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ନାହିଁ ।

ସେହିଭଳି କୋଭିଡ୍ ସଂକ୍ରମଣର ଲକ୍ଷଣ ଥିବା ଲୋକେ ମଧ୍ୟ ପ୍ରବେଶ କରିପାରିବେ ନାହିଁ । ତେବେ ଏହା ପୂର୍ବରୁ ମଧ୍ୟ ଅକ୍ଟୋବର ପହିଲାରେ ଭିତରକନିକା ଖୋଲିଥିଲା । କୋଭିଡ୍ ବ୍ୟାପିବା ପରେ ପ୍ରଥମ ଥର ପାଇଁ ବନ ବିଭାଗ ପର୍ଯ୍ୟଟକଙ୍କ ରାତ୍ରିଯାପନ ପାଇଁ ଭିତରକନିକା ଖୋଲା କରିଥିଲେ । ତେବେ ଏବେ ପର୍ଯ୍ୟଟକମାନେ ଦିନ ବେଳେ ମଧ୍ୟ ଭିତରକନିକା ଭ୍ରମଣ କରିପାରିବେ । ଏହିକ୍ରମରେ ରାଜ୍ୟ ସରକାର ଏହି ଜାତୀୟ ଉଦ୍ୟାନ ଭିତରକୁ ପ୍ରବେଶ କରିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Leave a Reply