ବଢୁଛି ବାତ୍ୟା ଆଶଙ୍କା, ୨୩ ତାରିଖ ମଧ୍ୟରେ ଅବପାତରେ ପରିଣତ ହେବ

1 min read

ନନ୍ଦିଘୋଷ ବ୍ୟୁରୋ: ସମୟ ଯେତିକି ଗଡୁଛି ବାତ୍ୟା ଆଶଙ୍କା ସେତିକି ବଢୁଛି । ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ସୁଦ୍ଧା ନେବ ଲଘୁଚାପ ରୂପ । ୨୩ ତାରିଖ ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ । ପ୍ରଭାବରେ ୨୨ ତାରିଖରୁ ଉପକୂଳ ଓଡ଼ିଶାରେ ଆରମ୍ଭ ହୋଇଯିବ ବର୍ଷା । ୨୩ରୁ ଏହାର ପରିମାଣ ଏବଂ ବିସ୍ତୃତି ବଢି ୨୬ ତାରିଖ ଯାଏଁ ବର୍ଷା ଲାଗି ରହିବ । ଏଥିପାଇଁ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ଯଜୀବୀଙ୍କୁ ସମୁଦ୍ରକୁ ବାରଣ କରାଯାଇଛି । ଏଯାଏଁ ବାତ୍ଯା ନେଇ ପାଣିପାଗ ବିଭାଗ କୌଣସି ସୂଚନା ଦେଇନଥିବାବେଳେ ଆନ୍ତର୍ଜାତିକ ମଡେଲର ଆକଳନ ଭୟ ବଢାଉଛି । ଜିଏଫ୍ଏସ୍ ମଡେଲ ଅନୁସାରେ ୨୪ରୁ ୨୫ ତାରିଖ ମଧ୍ୟରେ ବାତ୍ୟାଟି ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ । ସେହିଭଳି ECMWFର ଆକଳନ କହୁଛି ସାମ୍ଭାବ୍ୟ ଲଘୁଚାପଟି ବାଲେଶ୍ବର କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ । ଓ୍ବିଣ୍ଡିର ଗ୍ରାଫିକ୍ସ ଅନୁସାରେ ସାମ୍ଭାବ୍ୟ ଲଘୁଚାପ ବାତ୍ୟା ରୂପ ନେଇ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବାତ୍ୟା ହେବାର ସମ୍ଭାବନା ଅଧିକ ରହିଛି । କାରଣ ସମୁଦ୍ରର ତାପମାତ୍ରା ଏବଂ ସ୍ଥଳଭାଗର ତାପମାତ୍ରା ବାତ୍ୟାକୁ ଅନୁକୂଳ ବାତାବରଣ ରହିଛି ।