ଓଡ଼ିଶାକୁ ନାହିଁ ବାତ୍ୟା ଭୟ

1 min read

ଭୁବନେଶ୍ବର: ଆଗାମୀ ୬ ଘଣ୍ଟାରେ ବଙ୍ଗୋପସାଗରରେ ବାତ୍ୟା । ୬ ଘଣ୍ଟା ମଧ୍ୟରେ ଗଭୀର ଅବପାତ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଏନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୧୩ କିଲୋମିଟର ବେଗରେ ଉତ୍ତର-ପୂର୍ବ ଦିଗରେ ଅଗ୍ରସର ହେଉଛି ଗଭୀର ଅବପାତ । ଏହା ବର୍ତମାନ ପାରାଦୀପ ଠାରୁ ଦକ୍ଷିଣ ଦିଗରେ ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଅଛି । ଆସନ୍ତା ୨୫ ସଂଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଖେପୁପଡ଼ା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଏହା ଅତିକ୍ରମ କରିବ । ଉପକୂଳ ଅତିକ୍ରମ ସମୟରେ ଗଭୀର ଅବପାତର ରୂପ ନେବ ବାତ୍ୟା । ଏହାର ପ୍ରଭାବରେ  ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ । ପାରାଦୀପ ଓ କୁଜଙ୍ଗ ଅଞ୍ଜଳରେ ବର୍ଷା ହୋଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି ।