ରାଜ୍ୟରେ ଖୋଲିବ ଧର୍ମାନୁଷ୍ଠାନ, SOP ଅନୁସାରେ ଖୋଲିବ ମନ୍ଦିର

1 min read

ଭୁବନେଶ୍ୱର: ଓଡିଶାରେ ଧର୍ମାନୁଷ୍ଠାନ ଖୋଲିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ହେବାକୁ ଯାଉଛି । ବହୁ ଦିନର ପ୍ରତୀକ୍ଷା ପରେ ରାଜ୍ୟର ସମସ୍ତ ମନ୍ଦିର ଗୁଡିକ ସର୍ବସାଧାରଣଙ୍କ ପାଇଁ ଖୋଲିବାକୁ ଯାଉଛି । ବିଭିନ୍ନ ଜିଲ୍ଲାରେ ଧର୍ମପୀଠ ଗୁଡିକ ଖୋଲିବା ନେଇ ସୋମବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

ନିଜ ନିଜ ଅଂଚଳରେ ଥିବା ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନକୁ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲିବା ଲାଗି ଜିଲ୍ଲାପାଳ ମାନଙ୍କୁ କ୍ଷମତା ଆଗରୁ ଦିଆଯାଇଛି । ସେମାନେ ଆଲୋଚନା ପରେ ଓ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର (ଏସଓପି) ନିର୍ଧାରିତ କରିବା ପରେ ମନ୍ଦିର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇ ପାରିବେ ।

ତେବେ ମନ୍ଦିର ଖୋଲିବା ପରେ କୋଭିଡ ନିୟମକୁ କଡାକଡି ଭାବେ ମାନିବାକୁ ମଧ୍ୟ  କୁହାଯାଇଛି । ମନ୍ଦିର ଖୋଲିବା ନେଇ ନିଷ୍ପତି ଜିଲ୍ଲା ପ୍ରଶାସନ ନେବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

 

 

Leave a Reply