ସାରୁଅ ଜମି କେଳେଙ୍କାରୀର ଭିତିରିକଥା, ଜମି ପାଇଁ ଡ୍ରାଇଭର ମୋହରା

1 min read
Odisha Crime Branch Request To Income Tax Department To Investigate Funds Transaction On Sarua Land Scam

ଭୁବନେଶ୍ୱର: ସାରୁଅ ଜମି ଦୁର୍ନୀତି ମାମଲାରେ ବୈଜୟନ୍ତ ପଣ୍ଡା ଓ ଜଗୀ ମଙ୍ଗତ ପଣ୍ଡାଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଜମି କିଣାବିକାରେ ହୋଇଥିବା ଅର୍ଥ କାରବାରର ତଦନ୍ତ ପାଇଁ ଆୟକର ବିଭାଗକୁ ଅନୁରୋଧ କରିଛି କ୍ରାଇମବ୍ରାଞ୍ଚ । ସାରୁଅ ଜମି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । କ୍ରାଇମବ୍ରାଞ୍ଚ ଏଡିଜି ସାମ୍ବାଦିକ ସମ୍ମିଳନୀ କରି ସାରୁଅ ତଦନ୍ତର ଅଗ୍ରଗତି ନେଇ ସୂଚନା ଦେଇଛନ୍ତି । ଜମି କାରବାରରେ ଓଡ଼ିଶା ଭୂ-ସଂସ୍କାର ଆଇନକୁ ଅଣଦେଖା, ଜନୈକ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କୁ ବ୍ୟବହାର କରି ବେନାମୀ ନେଣଦେଣ ଏବଂ ଗରିବ ଆଦିବାସୀଙ୍କୁ ଠକି କିଣାବିକାର ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ।

Odisha Crime Branch Request To Income Tax Department To Investigate Funds Transaction On Sarua Land Scam

କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି- ପ୍ରାଥମିକ ଅନୁସନ୍ଧାନ ଅନୁସାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଅନୁସୂଚିତ ଜନଜାତିର ଲୋକଙ୍କମାନଙ୍କୁ, ଅନ୍ୟ ଜଣେ ଅନୁସୂଚିତ ଜନଜାତି ବ୍ୟକ୍ତିଙ୍କ ଦ୍ୱାରା ଠକି ଚଞ୍ଚକତାପୂର୍ଣ୍ଣ ଭାବେ ଜମି ହଡ଼ପ କରିଥିଲା । ଯାହାକି ଏକ ଧର୍ତ୍ତବ୍ୟ ଅପରାଧ । ଇଓଡବ୍ଲ୍ୟୁ ଥାନାରେ ଗତ ୩୧ ତାରିଖରେ କେସ ନମ୍ବର ୮/୨୦୨୦ରେ ମାମଲା ରୁଜୁ ହୋଇଥିଲା । ଆଇପିସି ଧାରା ୪୨୦, ୪୨୩, ୪୬୭, ୪୬୮, ୪୭୧, ୧୨୦ (ବି) ସହ ସେକ୍ସନ୍ ୩୧ ଏସି/ଏସଟି ଆଇନ୍ ଅନୁସାରେ ମାମଲା ହୋଇଥିଲା ।

ଏବେ ସୁଦ୍ଧା ଇଓଡବ୍ଲ୍ୟୁ ମାମଲାରେ ସଂସ୍ଥାର ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ସହ ଅନ୍ୟଜଣେ ଏଜେଣ୍ଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତଦନ୍ତ ମୁତାବକ ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ତହସିଲର ସାରୁଅରେ ଇନଫ୍ରାଷ୍ଟ୍ରକଚର ଓ ରିଅଲ ଇଷ୍ଟେଟ୍ ବ୍ୟବସାୟ ନିମନ୍ତେ ବହୁ ପରିମାଣରେ ଜମି କିଣୁଥିଲା । ଏଥିରେ ଓଆଇପିଏଲ୍ କମ୍ପାନୀର ମୁଖ୍ୟ ପ୍ରମୋଟର ଓ ସେୟାର ହୋଲ୍ଡର ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡା ଥିଲେ । ଜମି କିଣାବିକା ପ୍ରକ୍ରିୟାରେ ଅନୁସୂଚିତ ଜାତି ଲୋକ ଓ ନାମମାତ୍ର ଚାଷୀ ଥିଲେ । ରାଜ୍ୟର ଓଡ଼ିଶା ଭୂ-ସଂସ୍କାର ଆଇନ୍ ଅନୁସାରେ ଓଆଇପିଏଲ୍ କମ୍ପାନୀ ପାଇଁ ଅନୁସୂଚିତ ଜାତି ଲୋକଙ୍କ ଠାରୁ ସିଧାସଲଖ ଜମି କିଣିବା ସମ୍ଭବ ନଥିଲା ।

Odisha Crime Branch Request To Income Tax Department To Investigate Funds Transaction On Sarua Land Scam

ତେଣୁ, କମ୍ପାନୀ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବ୍ୟବହାର କରି ଜମି କିଣିଥିଲା । ତଦନ୍ତରୁ ଜଣାପଡ଼ିଛି ଉକ୍ତ ଡ୍ରାଇଭର ରବୀ ସେଠୀ ଯିଏକି ଅନୁସୂଚିତ ଜନଜାତିର । ତାଙ୍କ ନାଁରେ ୭.୨୯୪ ଏକର ଜମି କିଣା ଯାଇଥିଲା । ଏହି ଜମିର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ଥିଲା । ପ୍ରଥମେ ରବୀ ସେଠୀ ଏହି କାର୍ଯ୍ୟ ପାଇଁ ଅମଙ୍ଗ ହୋଇଥିଲେ । ତାଙ୍କୁ କମ୍ପାନୀ କର୍ତ୍ତୃପକ୍ଷ ଡରାଇ, ଚାକିରିରୁ ବାହାର କରିଦେବା ଭୟ ଦେଖାଇ କାଗଜପତ୍ରରେ ଦସ୍ତଖତ କରାଇଥିଲେ । ଏନେଇ ରବୀ ସେଠୀ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

୨୦୧୦ରୁ ୨୦୧୩ ମଧ୍ୟରେ ରବୀ ସେଠୀଙ୍କ ନାଁରେ ୭.୨୯୪ ଏକର ଜମି କିଣାଯାଇଥିଲା । ତେବେ, ଏହି କିଣା ବିଷୟରେ ରବୀ ସେଠୀ ଅଜ୍ଞ ଥିଲେ । ୨୦୧୬ ଓ ୨୦୧୯ରେ ରବୀ ସେଠୀଙ୍କ ଠାରୁ ଓଡ଼ିଶା ଇନଫ୍ରାଟେକ୍ ଜମି କିଣିଥିଲା । ସେଲ୍ ଡିଡ୍ ମୁତାବକ ଜମିର ମୂଲ୍ୟ ପ୍ରାୟ ୬୫ ଲକ୍ଷ ଟଙ୍କା ଥିଲା । ତଦନ୍ତରୁ ଜଣାପଡ଼ିଛି ଜମି କିଣା ନେଇ ରବି ସେଠୀଙ୍କୁ କୌଣସି ଟଙ୍କା ଦିଆଯାଇ ନଥିଲା । ୨୦୧୦ରୁ ୨୦୧୩ ମଧ୍ୟରେ ରବୀ ସେଠୀ କିଣିଥିବା ଜମିରେ ବିକ୍ରି ସମୟ ଯାଏଁ ତାଙ୍କ ଦଖଲରେ ନଥିଲା ।

Odisha Crime Branch Request To Income Tax Department To Investigate Funds Transaction On Sarua Land Scam

ତଦନ୍ତରୁ ଜଣାପଡ଼ିଛି- ଏହି କାରବାରରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍ ଗରୀବ, ନିରୀହ ଅନୁସୂଚିତ ଲୋକ ଓ ପୂର୍ବତନ କର୍ମଚାରୀଙ୍କୁ ଠକି, ଶୋଷଣ କରି ଜମିରୁ ବେଦଖଲ ସହ ଜମି ଜାଲିଆତି ଏବଂ ହଡ଼ପ ପ୍ରକ୍ରିୟାରେ ବେନାମୀ ନେଣଦେଣ କରାଯାଇଛି । ଏହାର ତଦନ୍ତ ରାଜ୍ୟ ପୋଲିସର ପରିସରଭୁକ୍ତ ନୁହେଁ । ତେଣୁ, ରାଜ୍ୟ ପୋଲିସ ଆୟକର ବିଭାଗକୁ ତଦନ୍ତ ପାଇଁ ଅନୁରୋଧ କରିଛି । ଏବେ ଇଓଡବ୍ଲ୍ୟୁ ତଦନ୍ତ ଜାରି ରଖିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।

Leave a Reply