Odisha Covid Updates : ଆଜି ୧୫୨୧ ସୁସ୍ଥ, ସମୁଦାୟ ସଂଖ୍ୟା ୪୦ ହଜାର ଡେଇଁଲା
1 min readଭୁବନେଶ୍ୱର : ରାଜ୍ୟରେ ଆଜି ୧୫୨୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଇଟ୍ କରି ଏନେଇ ସୂଚନା ଦିଆଯାଇଛି । ଗଞ୍ଜାମରୁ ସର୍ବାଧିକ ୨୭୨ ଜଣ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ ସଂକ୍ରମିତମାନେ ସୁସ୍ଥ ହୋଇ ଫେରିଛନ୍ତି । ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରେ ଖୋର୍ଦ୍ଧାରୁ ୨୩୧, କଟକରୁ ୧୬୬, ରାୟଗଡ଼ାରୁ ୯୩, ସୁନ୍ଦରଗଡ଼ରୁ ୮୯, ପୁରୀରୁ ୮୦, କଳାହାଣ୍ଡିରୁ ୭୭, ବାଲେଶ୍ୱରରୁ ୬୧ ଓ ନୟାଗଡ଼ରୁ ୫୬ ଜଣ ସୁସ୍ଥ ହୋଇଥିବା ସୂଚନା ମିଳିଛି ।
Another 1521 #COVID19 patients have recovered and are being discharged on 15.8.2020
272 from Ganjam
231 from Khurdha
166 from Cuttack
93 from Rayagada
89 from Sundergarh
80 from Puri
77 from Kalahandi
61 from Balasore
56 from Nayagarh
54 from Gajapati
54 from Sambalpur— H & FW Dept Odisha (@HFWOdisha) August 15, 2020
ସେହିଭଳି ଗଜପତି ଓ ସମ୍ୱଲପୁରରୁ ୫୪ ଜଣ ଲେଖାଏଁ, ଭଦ୍ରକ ଓ କନ୍ଧମାଳରୁ୨୬ ଲେଖାଏଁ, ମାଲକାନଗିରିରୁ ୨୨, କେନ୍ଦୁଝରରୁ ୧୯, ଜଗତସିଂହପୁରରୁ ୧୬, ଅନୁଗୁଳ, ବଲାଙ୍ଗିର ଓ କେନ୍ଦ୍ରପଡ଼ାରୁ ୧୩ ଜଣ ଲେଖାଏଁ, ବରଗଡ଼ ଓ ଝାରସୁଗୁଡ଼ାରୁ ୧୦ ଜଣ ଲେଖାଏଁ, ସୋନପୁରରୁ ୯, ମୟୂରଭଞ୍ଜରୁ ୬, ବୌଦ୍ଧରୁ ୫ଜଣ ଓ ନବରଙ୍ଗପୁରରୁ ୨ଜଣ ସୁସ୍ଥ ହୋଇ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢୁଥିଲେ ମଧ୍ୟ ଅନ୍ୟପକ୍ଷରେ ସୁସ୍ଥତା ହାରରେ ଅଗ୍ରଗତି ହେଉଛି । ଏଭଳି ସ୍ଥିତି ରାଜ୍ୟ ସରକାର ଓ ରାଜ୍ୟ ବାସୀଙ୍କ ପାଇଁ ଆଶ୍ୱସ୍ତି ଆଣୁଛି । ଏହିକ୍ରମରେ ରାଜ୍ୟରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ୪୦ ହଜାର ୭୨୬ରେ ପହଞ୍ଚିଛି ।