ବଦଳିଲା ଟିକାକରଣ ନିୟମ, ଅନ୍ୟ ଜାଗାରେ ବି ନେଇପାରିବେ ଟିକା

ଭୁବନେଶ୍ବର: ବଦଳିଲା ଟିକାକରଣ ନିୟମ। ଏଣିକି ପଂଜିକୃତ ବାଦ ଅନ୍ୟ ଜାଗାରେ ବି ନେଇପାରିବେ ଟିକା। ପ୍ରଥମ ଡୋଜ ପାଇଁ ଯଦି ଜଣେ ଗୋଟିଏ ସ୍ଥାନରେ ପଞ୍ଜିକରଣ କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନକୁ ବଦଳି ହେଇଛି କିମ୍ବା ଅନ୍ୟ ସ୍ଥାନକୁ ଆସିଛନ୍ତି, ତେବେ ସେଠାରେ ତାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି ।

ସେପଟେ ଟିକାକରଣ ପାଇଁ ରାଜ୍ୟକୁ ପୁଣି 22 ଲକ୍ଷ ସିରିଞ୍ଜି ଆସିଛି । ଆସନ୍ତା ୨୫ ସୁଦ୍ଧା ପଞ୍ଜିକରଣ ପରେ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ୩ଲକ୍ଷ ୩୪ହଜାର ୫ଶହ କୋଭିସିଲ୍ଡ ଟିକା ପହଁଞ୍ଚିସାରିଛି । ଦ୍ବିତୀୟ ପର୍ଯ୍ୟାୟରେ ରାଜସ୍ବ, ନଗର ଉନ୍ନୟନ ଓ ଗୃହ ବିଭାଗର କର୍ମଚାରୀଙ୍କୁ ପଞ୍ଜିକରଣ କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ କୋଭିସିଲ୍ଡ ଟିକା ଯୋଗାଇ ଦିଆଯାଇଥିବା ବେଳେ ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଟିକା ଦିଆଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ବରରେ କୋଭାକ୍ସିନ୍ ପରିବର୍ତ୍ତେ କୋଭିସିଲ୍ଡ ଟିକା ଦିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।

Leave a Reply