କରୋନା ଟୀକାକରଣ ଲାଗି ୨୧ ଜଣିଆ କମିଟି ପୁନଃ ଗଠନ କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

1 min read
Odisha Covid-19 Vaccinations AEFI Committee Reconstituted

ଭୁବନେଶ୍ୱର: ମହାମାରୀ କୋଭିଡ୍-୧୯ ଦ୍ୱାରା ବିଶ୍ୱ ଗମ୍ଭୀର ଭାବେ ପ୍ରଭାବିତ ହୋଇଛି । ଟିକା ଆଣିବା ଲାଗି ବିଭିନ୍ନ ସ୍ତରରେ ପରୀକ୍ଷା ନୀରିକ୍ଷା ଚାଲିଛି । ଦୁନିଆରେ ପ୍ରାୟ ୨୫୦ଟି ଭ୍ୟାକ୍ସିନର ପରୀକ୍ଷଣ ବିଭିନ୍ନ ସ୍ତରରେ ରହିଛି । ଖୁବଶୀଘ୍ର ଦେଶର ଲୋକଙ୍କ ଲାଗି କରୋନା ଭ୍ୟାକ୍ସିନ୍ ଆସିପାରେ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗ୍ରାଧିକାର ଭିତ୍ତିରେ ଲୋକଙ୍କୁ ଟିକା ଦେବା ଲାଗି ପ୍ରସ୍ତୁତି ଜାରି ରହିଛି । କୋଭିଡ୍ ଟୀକାକରଣ ପରବର୍ତ୍ତୀ ସ୍ଥିତି ନିୟନ୍ତ୍ରଣ ଲାଗି ୨୧ ଜଣିଆ କମିଟିର ପୁନଃ ଗଠନ କରିଛନ୍ତି ରାଜ୍ୟ ସରକାର ।

Odisha Covid-19 Vaccinations AEFI Committee Reconstituted

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ଅନୁସାରେ କମିଟିର ଅଧ୍ୟକ୍ଷ ରହିବେ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ । ରାଜ୍ୟ ଟୀକାକରଣ ଦାୟିତ୍ୱରେ ଥିବା ଅଧିକାରୀ ସମ୍ପାଦକ ସଦସ୍ୟ ରହିବେ । କ୍ୟାପିଟାଲ ହସ୍ପିଟାଲ ଓ SCB ହସ୍ପିଟାଲର ବିଭିନ୍ନ ବିଭାଗର ମୁଖ୍ୟ ଆଦି ଏଥିରେ ସଦସ୍ୟ ରହିଛନ୍ତି ।

Odisha Covid-19 Vaccinations AEFI Committee Reconstituted

୨୧ ଜଣିଆ କମିଟି ଜିଲ୍ଲାସ୍ତରରୁ ଆସୁଥିବା AEFI କେସର ଡାଟାର ଅନୁଧ୍ୟାନ କରିବ । ଆବଶ୍ୟକତା ଅନୁସାରେ ଗ୍ରାଉଣ୍ଡକୁ ଯାଇ ଟୀକାକରଣର ଅନୁଧ୍ୟାନ ସହ କୋଲ୍ଡ ଚେନ୍ ଷ୍ଟୋର ବୁଲିବେ । AEFI କେସର ସମ୍ପର୍କୀୟ, ଡାକ୍ତର ଓ ଜିଲ୍ଲା ଅଧିକାରୀଙ୍କ ସହ ଜରୁରୀ ଅନୁସାରେ ଆଲୋଚନା କରିବେ । ସମାନ କେସର ତର୍ଜମା କରିବେ । ଆବଶ୍ୟକତା ଅନୁସାରେ ତିନି ମାସ କିମ୍ବା ମାସକୁ ଥରେ AEFI କମିଟି ବୈଠକ କରିବ । AEFI କେସ୍ ଡାଟାବେସର ଅନୁଧ୍ୟାନ ନିୟମିତ ହେବ । ସମୟ ଅନୁସାରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ ।

Leave a Reply