ରାଜ୍ୟରେ ଆଉ ୩ ହଜାର ୭୪୮ ସଂକ୍ରମିତ ଚିହ୍ନଟ, ୧୧ ଜଣଙ୍କ ମୃତ୍ୟୁ
1 min readଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୭୪୮ ଜଣଙ୍କ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି ।
Covid-19 Report For 8th September
New Positives Cases: 3748
In quarantine: 2210
Local contacts: 1538(Details of local contacts will be shared by concerned Dist Administration)
District Wise Cases
1. Angul: 57
2. Balasore: 103
3. Bargarh: 92
4. Bhadrak: 46
5. Balangir: 163— I & PR Department, Odisha (@IPR_Odisha) September 9, 2020
ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ସର୍ବାଧିକ ୬୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୭, ବାଲେଶ୍ୱରରୁ ୧୦୩, ବରଗଡ଼ରୁ ୯୨, ଭଦ୍ରକରୁ ୪୬, ବଲାଙ୍ଗିର ୧୬୩, ବୌଦ୍ଧ ୫୮, କଟକ ୩୯୨, ଦେବଗଡ଼ ୨୪, ଢେଙ୍କାନାଳ ୬୫, ଗଜପତି ୩୩, ଗଞ୍ଜାମ ୭୧, ଜଗତସିଂହପୁର ୯୭, ଯାଜପୁର ୧୪୦, ଝାରସୁଗୁଡ଼ା ୭୦, କଳାହାଣ୍ଡି ୩୮, କନ୍ଧମାଳ ୮୫, କେନ୍ଦ୍ରାପଡ଼ା ୧୧୬, କେନ୍ଦୁଝର ୬୩, କୋରାପୁଟ ୯୭, ମାଲକାନଗିରି ୨୧, ମୟୂରଭଞ୍ଜ ୩, ନବରଙ୍ଗପୁର ୧୨୧, ନୟାଗଡ଼ ୬୯, ନୂଆପଡ଼ା ୧୦୭, ପୁରୀ ୩୮୭, ରାୟଗଡ଼ା ୮୨, ସମ୍ବଲପୁର ୭୯, ସୋନପୁର ୧୨୪, ସୁନ୍ଦରଗଡ଼ ୧୫୭ ଓ ଅନ୍ୟ ରାଜ୍ୟରୁ ଆସିଥିବା ୧୭୬ଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
Regret to inform of the demise of eleven Covid positive patients while under treatment in hospitals.
1.A 72 year old male of Bhubaneswar who was also suffering from Hypertension & Diabetes & Coronary Artery Disease.
2.A 70 year old female of Bhubaneswar.
— H & FW Dept Odisha (@HFWOdisha) September 9, 2020
ଏବେ ଯାଏଁ ରାଜ୍ୟରେ ମୋଟ୍ ୧ ଲକ୍ଷ ୩୫ ହଜାର ୧୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୨ ହଜାର ୩୧୨ ସକ୍ରିୟ ସଂକ୍ରମିତ ରହିଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୫୮୦କୁ ବୃଦ୍ଧି ପାଇଛି ।