ରାଜ୍ୟରେ ନୂଆ ୨୮୯୮ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଓ କଟକରୁ ସର୍ବାଧିକ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦିନ ବଢିବା ସହ ନୂଆ ନୂଆ ସଂକ୍ରମିତ ସାମ୍ନାକୁ  ଆସୁଛନ୍ତି । ରାଜ୍ୟରେ ଲଗାତାର ମାସେ ହେବ ହଜାର ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟାରେ ୨୮୯୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦିଓ ପୂର୍ବରୁ ସ୍ଥାନୀୟ ସଂକ୍ରମଣ କମ ରହୁଥିଲା କିନ୍ତୁ ଏବେ ସ୍ଥାନୀୟ ସଂକ୍ରମଣ ଚିନ୍ତା ବଢିଛି । ଗତକାଲି ୨୫୮୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୮୯୮ ସଂକ୍ରମିତ । ତେବେ ଚିହ୍ନଟ ହୋଇଥିବା ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୧୭୯୨ଟି କେସ୍ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୧୦୬ଟି ମାମଲା ସ୍ଥାନୀୟ ସଂକ୍ରମଣ ମାମଲା ରହିଛି । ଏନେଇ ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଖୋର୍ଦ୍ଧାରୁ ୫୨୪ ଓ କଟକରୁ ୨୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ପରେ ଅଧିକ ସଂକ୍ରମିତ ନୟାଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଗୁରୁବାରରେ କଟକରୁ ୨୩୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୬, ବାଲେଶ୍ୱରରୁ ୧୪୦, ବରଗଡ଼ରୁ ୯, ଭଦ୍ରକରୁ ୧୦୭, ବଲାଙ୍ଗୀରରୁ ୧୭୩, ବୌଦ୍ଧରୁ ୧, ଦେଓଗଡ଼ରୁ ୩, ଢେଙ୍କାନାଳରୁ ୪୪, ଗଜପତିରୁ ୫୩, ଗଞ୍ଜାମରୁ ୨୨୬, ଜଗତସିଂହପୁରରୁ ୮୪ , ଯାଜପୁରରୁ ୬୯, ଝାରସୁଗୁଡ଼ାରୁ ୪୯, କଳାହାଣ୍ଡିରୁ ୭୬ , କନ୍ଧମାଳରୁ ୬୩, କେନ୍ଦ୍ରାପଡ଼ାରୁ ୫୭ , କେନ୍ଦୁଝରରୁ ୩୫, କୋରାପୁଟ ୧୩୨, ମାଲକାନଗିରିରୁ ୫୬, ମୟୁରଭଞ୍ଜରୁ ୫୩, ନବରଙ୍ଗପୁରରୁ ୩୭, ନୟାଗଡ଼ରୁ ୨୩୨, ନୂଆପଡ଼ାରୁ ୮, ପୁରୀରୁ ୧୦୫, ରାୟଗଡ଼ାରୁ ୧୦୫, ସମ୍ବଲପୁରରୁ ୭୭, ସୁନ୍ଦରଗଡ଼ରୁ ୧୦୧, ସୋନପୁରରୁ ୨୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୩୦ଟି ଜିଲ୍ଲାରୁ ୨୮୯୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରେ କ୍ୱାରେଣ୍ଟାଇନରୁ ୧୭୯୨ ଓ ସ୍ଥାନୀୟ ସଂକ୍ରମଣ ୧୧୦୬ ରହିଛି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦ହଜାର ୨୦ରେ ପହଞ୍ଚିଛି । ଗତକାଲି କରୋନା ଜନିତ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ରାଜ୍ୟରେ ଆଉ ୮ମୁଣ୍ଡ ନେଇଛି କରୋନା । ରାଜ୍ୟରେ ଗୁରୁବାରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୮୦ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୪୬ ହଜାର ୯୩୫ସୁସ୍ଥ ହୋଇଥିବା ବେଳେ ୨୨ ହଜାର ୬୫୧ଟି ସକ୍ରିୟ ମାମଲା ରହିଛି ।

Leave a Reply