Odisha Corona Updates: ସଂକ୍ରମଣ ମାତ୍ରା କମୁଛି, ଆଜି ଚିହ୍ନଟ ହେଲେ ୧୯୮୨ ସଂକ୍ରମିତ…
1 min readଭୁବନେଶ୍ୱର: ରାଜ୍ୟରେ ଆଜି ସମୁଦାୟ୧୯୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟକୁ କ୍ୱାରେଣ୍ଟାଇନରୁ ୧୧୫୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୮୨୬ ରହିଛି । ତେବେ ସବୁଦିନ ଭଳି ଖୋର୍ଦ୍ଧା ଜିଲ୍ଲା ସଂକ୍ରମଣ ତାଲିକାରେ ସବୁଠାରୁ ଆଗରେ ରହିଛି । ଖୋର୍ଦ୍ଧାରୁ ୩ଶହ, କଟକରୁ ୧୪୫, ଅନୁଗୁଳରୁ ୧୧୯, ବାଲେଶ୍ୱରରୁ ୮୬, ସୁନ୍ଦରଗଡ଼ରୁ ୯୮, ବଲାଙ୍ଗିରରୁ ୮୮ ଓ ମୟୁରଭଞ୍ଜରୁ ୧୦୭ ଜଣ ସଂକ୍ରମଣର ଶୀକାର ହୋଇଛନ୍ତି ।
Covid-19 Report For 18th October
New Positives Cases: 1982
In quarantine: 1156
Local contacts: 826(Details of local contacts will be shared by concerned District Administration)
District Wise Cases
1. Angul: 119
2. Balasore: 86
3. Bargarh: 46
4. Bhadrak: 63
5. Balangir: 88— I & PR Department, Odisha (@IPR_Odisha) October 19, 2020
ଅନ୍ୟପକ୍ଷରେ ରାଜ୍ୟରେ ସଂକ୍ରମଣର ମାତ୍ରା କ୍ରମାଗତ ଭାବେ କମିବାରେ ଲାଗିଛି । ତେବେ ଟେଷ୍ଟିଂ କ୍ଷେତ୍ରରେ ରାଜ୍ୟ ଭଲ ପ୍ରଦର୍ଶନ କରିଆସୁଛି ।ଏଯାବତର ଟେଷ୍ଟିଂ ସଂଖ୍ୟା ୪ ଲକ୍ଷ ୮୨ ହଜାର ୬୩ ରହିଛି । ଏମାନଙ୍କ ମଧ୍ୟରୁ ସମୁଦାୟ ସଂକ୍ରମିତ ୨ ଲକ୍ଷ ୭୦ ହଜାର ୩୪୬ । ସେହିଭଳି ୨୨ ହଜାର ୩୦୪ ସକ୍ରିୟ ସଂକ୍ରମିତ ରହିଛନ୍ତି ।
22. Mayurbhanj: 107
23. Nawarangpur: 52
24. Nayagarh: 33
25. Nuapada: 37
26. Puri: 72
27. Rayagada: 10
28. Sambalpur: 38
29. Sonepur: 45
30. Sundargarh: 98
31. State Pool: 65New Recoveries: 2610
Cumulative Tested: 4082063
Positive: 270346
Recovered: 246837
Active cases: 22304— I & PR Department, Odisha (@IPR_Odisha) October 19, 2020
ଉଲ୍ଲେଖଯୋଗ୍ୟ ସଂକ୍ରମଣ କ୍ଷେତ୍ରରେ ଭୁବନେଶ୍ୱର ପୂର୍ବରୁ ଏକ ନମ୍ୱର ଥିବା ବେଳେ ଏବେ ସ୍ଥାନ ବଜାୟ ରଖିଛି । ମାତ୍ର ପୂର୍ବ ସଂକ୍ରମଣ ତୁଳନାରେ ରାଜଧାନୀର ସଂକ୍ରମଣ ଉଲ୍ଲେଖନୀୟ ଭାବେ ହ୍ରାସ ହୋଇଛି । ମୋଟାମୋଟି ଭାବେ ଦେଖିଲେ ରାଜ୍ୟର ସଂକ୍ରମଣ ଗତ ୧୫ ଦିନ ତଳେ ଦିନକୁ ପାଖାପାଖି ୪ ହଜାର ସଂକ୍ରମିତ ଚିହ୍ନଟ ହେଉଥଇଲେ । ଏବେ ଏହି ସଂଖ୍ୟା ଖସି ଆସି ୨ ହଜାରରେ ପହଞ୍ଚିଛି । ସେହିଭଳି ରାଜଧାନୀରେ ସଂକ୍ରମଣ ମଧ୍ୟ ନିୟନ୍ତ୍ରଣକୁ ଫେରୁଛି ।